ଅର୍ଗସ ବ୍ୟୁରୋ: ଏୟାରଟେଲ, ଭୋଡ଼ାଫୋନ୍, ଆଇଡିଆ ଓ ଜିଓ ଗତ ଡିସେମ୍ବରରେ ନିଜର ସବୁ ପ୍ରିପେଡ୍ ପ୍ଲାନ୍ ମହଙ୍ଗା କରିଥିଲେ । ଏହା ପରେ ଗ୍ରହକଙ୍କୁ ନିଜର ନମ୍ବର ଚାଲୁ ରଖିବା ପାଇଁ ମଧ୍ୟ ରିଚାର୍ଜ କରିବାକୁ ପଡ଼ିଥିଲା । ଏହି ସମୟରେ ଏୟାରଟେଲ ଭୋଡ଼ାଫୋନ୍ ଓ ଆଇଡ଼ିଆ ମିନିମମ୍ ରିଚାର୍ଜ ପ୍ଲାନ୍ ଦର ମଧ୍ୟ ବୃଦ୍ଧି କରିଛନ୍ତି । ଯାହା ଫଳରେ ଗ୍ରହକଙ୍କୁ ଅଧିକ 21 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ମିନିମମ୍ ରିଚାର୍ଜ ପ୍ଲାନ୍ ହେଉଛି ଏକ ପ୍ରକାର ଭାଲିଡିଟି ରିଚାର୍ଜ ବା ଇନ୍କମିଂ ରିଚାର୍ଜ ପ୍ଲାନ୍ । ଏହି ପ୍ରକାର ରିଚାର୍ଜରେ ଗ୍ରାହକଙ୍କୁ କିଛି ଟକ୍ ଟାଇମ୍ ସହିତ ଭାଲିଡିଟି ମିଳିଥାଏ । ପ୍ରଥମେ ଏୟାର୍ଟେଲର ମିନିମମ୍ ରିଚାର୍ଜ ପ୍ଲାନ୍ 24 ରହିଥିବା ବେଳେ ବର୍ତ୍ତମାନ ତାହା 45ରେ ପହଞ୍ଚିଛି । ଏମିତିରେ ଏହି ପ୍ଲାନ୍ ପାଇଁ ଆପଣଙ୍କୁ 21 ଟଙ୍କା ଅଧିକ ଦେବାକୁ ପଡ଼ୁଛି । ଦର ବଢ଼ାଇବା ପାଇଁ ଏୟାରଟେଲ୍ର ଭ୍ୟାଲିଡିଟି ରିଚାର୍ଜ ପ୍ଲାନ୍ର ଦର ଏବେ 45ରୁ 49 ଓ 79ରେ ପହଞ୍ଚିଲାଣି ।
ସେହିଭଳି ଭୋଡ଼ାଫୋନ୍ରେ 24 ଟଙ୍କିଆ ପ୍ଲାନ୍ ରହିଛି କିନ୍ତୁ ଏହାର ବୈଧତା 14 ଦିନ । ଏହି ପ୍ଲାନ୍ରେ ରାତିରେ 100 ମିନିଟ୍ର ଲୋକାଲ କଲ୍ ଫ୍ରି ରହୁଛି । ଭୋଡ଼ାଫୋନ୍ ଆଇଡିଆରେ 28 ଦିନର ବୈଧତା ଥିବା ପ୍ଲାନ୍ ଦର 49 ଓ 79 ଟଙ୍କାରେ ପହଞ୍ଚିଛି । ଆଇଡିଆ ପାଖରେ 24 ଟଙ୍କିଆ କିଛି ପ୍ଲାନ୍ ହିଁ ନାହିଁ ।
ଭୋଡ଼ାଫୋନ୍ ଆଇଡିଆରେ 49 ଟଙ୍କିଆ ପ୍ଲାନ୍ରେ 28 ଦିନର ବୈଧତା ରହିବା ସହ 38 ଟଙ୍କାର ଟକ୍ ଟାଇମ୍ ରହିଛି । ଏହାସହ 100 ଏମ୍ ବି ଡାଟା ମଧ୍ୟ ମିଳୁଛି ଗ୍ରହକଙ୍କୁ । ଏହି ପ୍ଲାନ୍ ଜରିଆରେ 2.5 ପଇସା ପ୍ରତି ମିନିଟ୍ରେ କଲିଂ ଦର ରହିଛି ।
