ଅର୍ଗସ ବ୍ୟୁରୋ: ବାରଣାସୀରେ କାଶୀ ବିଶ୍ୱନାଥଙ୍କର ଦର୍ଶନ କରିଛନ୍ତି ଭାରତୀୟ ସ୍ପିନର କୁଳଦୀପ ଯାଦବ । କୁଳଦୀପ ଯାଦବ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ପାରନ୍ତି । ତା ପୂର୍ବରୁ ସେ ନିଜ ପରିବାର ଲୋକଙ୍କ ସହ ବାରଣାସୀରେ ପହଞ୍ଚି ବାବା କାଶୀ ବିଶ୍ୱନାଥଙ୍କର ଦର୍ଶନ କରିଛନ୍ତି । ଚାରି ମ୍ୟାଚ ବିଶିଷ୍ଟ ଏହି କ୍ରିକେଟ ଶୃଙ୍ଖଳାର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ତାଙ୍କୁ ଚୟନ କରାଯାଇଛି । ଫେବ୍ରୁଆରୀ ୫ ତାରିଖରୁ ଏହି ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାର ଅଛି । କୁଲଦୀପ୍ ଅଷ୍ଟ୍ରେଲିଆରେ ବିଜୟ ଲାଭ କରିଥିବା ଭାରତୀୟ କ୍ରିକେଟ ଦଳର ସଦସ୍ୟ ଥିଲେ । ମାତ୍ର ତାଙ୍କୁ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ମିଳି ନଥିଲା । ବାରଣାସୀରେ ପହଞ୍ଚିବା ପରେ ସେ ପରିବାର ଲୋକଙ୍କ ସହ ବାବା କାଶୀ ବିଶ୍ୱନାଥଙ୍କ ଦର୍ଶନ ପାଇଁ ଯାଇଥିଲେ ।
ସେଠାରେ ସେ ବାବାଙ୍କୁ ପଞ୍ଚାମୃତରେ ଅଭିଷେକ କରାଇବା ସହ ବିଶେଷ ପୂଜାର୍ଚ୍ଚନା କରିଥିଲେ । ସୋମବାରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍ ଚତ୍ମକାର ପ୍ରର୍ଦଶନ କରିବା ସହ ବିଜୟ ଲାଭ କରିଥିବାରୁ ସେ ବେଶ୍ ଖୁସୀ ଥିବା କଥା କହିଛନ୍ତି । ଫେବ୍ରୁଆରୀରେ ଇଂଲଣ୍ଡ ସହ ଭାରତୀୟ କ୍ରିକେଟ ଟିମ୍ର ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ଏଥିରେ କୁଳଦୀପ ଟିମ୍ରେ ସାମିଲ ହୋଇଛନ୍ତି । ତେବେ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ପାଇବା ନେଇ ସେ ଆଶା ରଖିଛନ୍ତି । ଗତ ସପ୍ତାହରେ ଶିଖର ଧବନ ବି ବାବା ବିଶ୍ୱନାଥଙ୍କର ଦର୍ଶନ କରିଥିଲେ । ସେ ଗଙ୍ଗାର ଆରତୀରେ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ସେ ନାଆରେ ବସି ପକ୍ଷୀଙ୍କୁ ଦାନା ଖୁଆଇଥିଲେ । ଏଥିପାଇଁ ଦୁଇ ଜଣ ନାବିକଙ୍କ ଉପରେ ଜୋରିମାନା ସହ ପ୍ରତିବନ୍ଧକ ଲଗାଯାଇଛି ।