ଏଚଏସବିସି ବ୍ୟାଙ୍କ ସିଲିକନ ଭ୍ୟାଲିର ବ୍ରିଟେନ ଶାଖାକୁ ୯୯ଟଙ୍କା ୨୮ ପଇସାରେ କିଣି ନେଇଛି। ସିଲିକନ ଭ୍ୟାଲି ବ୍ୟାଙ୍କ ଉପରେ ମାର୍ଚ୍ଚ ୧୦ ସୁଦ୍ଧା ୫.୫ ବିଲିୟନ ପାଉଣ୍ଡ ଋଣ ଥିଲା। ଏବଂ ୬.୭ ବିଲିୟନ ପାଉଣ୍ଡ ଜମା ରହିଛି। ସରକାର ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡ ସିଲିକନ ଭ୍ୟାଲି ୟୁକେ ଶାଖାକୁ କିଣିବାପାଇଁ ଏଚଏସବିସିକୁ ଅନୁମତି ଦେଇଛି। ଏଚଏସବିସି ସିଇଓ ନିଏଲ କ୍ବିନ ସିଲିକନ ଭ୍ୟାଲି ବ୍ୟାଙ୍କ ଗ୍ରାହକଙ୍କୁ ସ୍ବାଗତ କରିଛନ୍ତି। ପୁଣି ଥରେ ବ୍ୟାଙ୍କକୁ ଛିଡ଼ା କରିବା ନେଇ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ସିଲିକନ ଭ୍ୟାଲିରେ ପୂର୍ବଭଳି ଆକାଉଣ୍ଟ ଖୋଲିବା ଜାରି ରହିବ।
ଅଧିକ ବାଣିଜ୍ୟ ଖବର ପଢ଼ନ୍ତୁ