ଅଟୋ ଡ୍ରାଇଭରଙ୍କ ମହାନତା
ଅର୍ଗସ ବ୍ୟୁରୋ : ଫର୍ଚୁନର 500 ଭାରତୀୟ କମ୍ପାନୀ ଗୁଡିକ ସୂଚୀରେ ଶୀର୍ଷରେ ରହିଛି ମୁକେଶ ଅମ୍ବାନୀଙ୍କ ରିଲିୟାନ୍ସ ଇଣ୍ଡଷ୍ଟ୍ରିଜ୍। ବୁଧବାର ଫର୍ଚୁନ ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି ଭାରତର ସବୁଠୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କରପୋରେଶନ। ଏହା ପରେ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କରପୋରେଶନର ସ୍ଥାନ ରହିଛି। ସେହିପରି ଚତୁର୍ଥ ସ୍ଥାନରେ ଏସବିଆଇ ରହିଛି। ଏହି ସୂଚୀରେ ପଞ୍ଚମ ସ୍ଥାନରେ ଭାରତ ପେଟ୍ରୋଲିୟମ କରପୋରେଶନ ଲି. ରହିଛି। ଫର୍ଚୁନ ଇଣ୍ଡିଆ ପକ୍ଷରୁ ଏହି ସୂଚୀ ପ୍ରକାଶ ପାଇଛି।
ଏତଦ୍ ବ୍ୟତୀତ ଟାଟା ମୋଟର୍ସ ଷଷ୍ଠ ସ୍ଥାନରେ ରହିଛି। ରାଜେଶ ଏକ୍ସପୋର୍ଟ ସପ୍ତମ, ଟାଟା କନସଲଟାନସି ସର୍ଭିସେଜ୍ ଅଷ୍ଟମ, ଆଇସିଆଇସିଆଇ ବ୍ୟାଙ୍କ ନବମ, ଏବଂ ଲାର୍ସନ ଆଣ୍ଡ ଟୁବ୍ରୋ ଦଶମ ସ୍ଥାନରେ ରହିଛି।