ହିଂସା ଗଣତନ୍ତ୍ର ପାଇଁ ଶୁଭଦାୟକ ନୁହେଁ
ଛିତିଶଗଡ: ଛିତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ଭାରତ ତିବତ ସୀମା ପୋଲିସ୍ ବଳର ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳିବର୍ଷାରେ 7 ଯବାନ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।
ବସ୍ତର ଅଞ୍ଚଳର ପୋଲିସ୍ ମହାନିର୍ଦ୍ଦେଶକ ସୁନ୍ଦରରାଜ ପି କରିଛନ୍ତି ନାରାୟଣପୁର ଜିଲ୍ଲାର କଡେନାର ଗାଁ ସ୍ଥିତ ଆଇଟିବିପି ର 45 ବି. ବାଟାଲିୟନ ଶିବିରରେ ଜଣେ ଯବାନ କୌଣସି ଏକ କଥାକୁ ନେଇ ସାଥିମାନଙ୍କ ଉପରେ ଅତର୍କିତ ଗୁଳି କରିବା ଆରମ୍ଭ କରିଥିଲ । ତାଙ୍କ ଗୁଳିରେ 7ଯବାନ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଯବାନ ପରେ ନିଜେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି ।
Superintendent of Police Narayanpur, Mohit Garg: 6 dead and two injured in a clash amongst Indo-Tibetan Border Police (ITBP) personnel in Narayanpur, Chhattisgarh. pic.twitter.com/bodzeiNpmK
— ANI (@ANI) December 4, 2019