ସେହିଭଳି ଆଉ ଜଣେ ଆଗଧାଡ଼ିର ଆକ୍ଟର ମନୋଜ ବାଜପେୟୀଙ୍କୁ କିଏ ବା ନଜାଣେ । କିନ୍ତୁ ଆଜିର ଦୁନିଆରେ ପରିବାରବାଦକୁ ଗୁରୁତ୍ୱ ଦେଉଥିବା ସମାଜ ଟ୍ୟାଲେଣ୍ଟକୁ ବୁଝେନି ବୋଲି ପ୍ରମାଣ ଦେଇଛନ୍ତି ଲୋକପ୍ରିୟ କଳାକାଳ ମନୋଜ । ଜାତୀୟ ପୁରସ୍କାର ବିଜେତା ଅଭିନେତା ମନୋଜ ବାଜପେୟୀ କିପରି ଷ୍ଟ୍ରଗଲ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ତାହା କାହାକୁ ଅଛପା ନାହିଁ । ଆରମ୍ଭରୁ ହିଁ ସେ ନିଜ ଭିତରେ ହାରିଯାଇଥିଲେ ଓ ନିଜକୁ ଶେଷ କରିବାର ଭାବନା ମନକୁ ଆଣିଥିଲେ । କିନ୍ତୁ ସାଙ୍ଗମାନେ ତାଙ୍କ ଜୀବନ ରକ୍ଷା କରିଥିଲେ ବୋଲି ମନୋଜ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଆତ୍ମହତ୍ୟାର ବହୁତ ନିକଟତର ଥିଲି । ମୋତେ ବଡା ପାୱ ବି ବହୁତ ମହଙ୍ଗା ଲାଗୁଥିଲା ।
ଘର ଭଡା ବି ଦେବାକୁ ଅସମର୍ଥ ଥିଲି । ଥିଏଟରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ସହ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପାଇଁ ଅନେକ ଥର ଆବେଦନ କରିଥିଲି କିନ୍ତୁ କିଛି ବି ଲାଭ ହୋଇନଥିଲା ।’ ଏକ ଇଣ୍ଟରଭ୍ୟୁରେ ମନୋଜ ଏକ ଥିଏଟର କରିଥିଲେ ବୋଲି କହିଥିଲେ, ଯାହା ବିଷୟରେ ପରିବାର ଲୋକଙ୍କୁ କୌଣସି ଆଇଡିଆ ନଥିଲା । ଶେଷରେ ମନୋଜ ନିଜ ପିତାଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ରାଗିଯାଇ ତାଙ୍କ ପିତା ମାସକୁ ପଠାଉଥିବା ୨୦୦ ଟଙ୍କା ବି ବନ୍ଦ କରିଦେଲେ । ପରିବାର ଲୋକେ ଭାବୁଥିଲେ ଯେ ମନୋଜ ନିଜ ଜୀବନରେ କିଛି ବି କରିପାରିବେ ନାହିଁ । ସେ ଅଭିନୟରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ, କିନ୍ତୁ ଆଉଟସାଇଡର ବୋଲି ତାଙ୍କୁ ବାରମ୍ବାର ବିଫଳ ହେବାକୁ ପଡୁଥିଲା ।
ଏହା ସହ ମୋନଜ କହିଛନ୍ତି ଯେ, ‘ ମୁଁ ହିନ୍ଦୀ-ଇଂରାଜୀ ଶିଖିବା ଆରମ୍ଭ କଲି ଓ ଭୋଜପୁରୀ ମୋ ଭାଷା ଥିଲା । ଏହା ପରେ ମୁଁ ଏନଏସଡି ପାଇଁ ୩ ଥର ଚେଷ୍ଟା କରିଲି, ମାତ୍ର ସବୁଥର ବିଫଳ । ମୁଁ ଆତ୍ମହତ୍ୟା କଥା ଭାବୁଥିଲି, ସେବେ ମୋର ସାଙ୍ଗମାନେ ମୋତେ ରକ୍ଷା କଲେ । ସେମାନେ ସବୁବେଳେ ମୋ ସହ ରହିବାକୁ ଲାଗିଲେ ଓ ଜଗୁଥିଲେ କି ମୁଁ ଭଲରେ ଅଛି କି ନାହିଁ । ମୋର ପ୍ରଥମ ସର୍ଟରେ ମୋତେ ବାହାରି ଯାଅ ବୋଲି କୁହାଯାଇଥିଲା, ସେତେବେଳେ ମୋ ପାଖରେ ଘର ଭଡା ଓ ଖାଇବାକୁ ବି ଟଙ୍କା ନଥିଲା ।’ ପରେ ମୋନଜଙ୍କୁ ମହେଶ ଭଟ୍ଟଙ୍କ ଟିଭି ସିରିଜରେ କାମ ମିଳିଲା । ଗୋଟିଏ ଏପିସୋଡ ବାବଦକୁ ମନୋଜ ୧୫୦୦ ଟଙ୍କା କମାଇଥିଲେ । ଏହା ପରେ କାମ ଯୋଗୁଁ ତାଙ୍କୁ ବଲିଉଡରେ ବି କାମ କରିବାକୁ ସୁଯୋଗ ମିଳିଳା ବୋଲି ମନୋଜ କହିଛନ୍ତି ।
ଏହା ଥିଲା ଜଣେ ଆଗ ଧାଡ଼ି ଆକ୍ଟରଙ୍କ କାହାଣୀ । ସେମିତି ଜଣେ ଆକ୍ଟ୍ରେସ୍ କଙ୍ଗନା ରଣାୱତଙ୍କ ସଂଘର୍ଷମୟ କାହାଣୀ ବି ବେଶ ମର୍ମସ୍ପର୍ଶୀ । ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ କଙ୍ଗନା ନୀରବତା ଭଙ୍ଗ କରିଥିଲେ । ଏହା ଆତ୍ମହତ୍ୟା ନୁହେଁ ବରଂ ଫ୍ଲାନ୍ଡ ମର୍ଡର ବୋଲି କହିଥିଲେ । ଯାହାକୁ ନେଇ ବଡ଼ ବଡ଼ ପ୍ରଯୋଜକ ଓ ଆକ୍ଟରଙ୍କୁ ସମାଲୋଚନା କରିଥିଲେ ଫ୍ୟାନ୍ସ । ଏହି ଲିଷ୍ଟରେ ଟପ୍ରେ ଥିଲେ କରଣ ଜୋହର । ପରେ ମହେଶ ଭଟ୍ଟଙ୍କ ନାଁ ସାମ୍ନାକୁ ଆସିଥିଲା । ସବୁ ଘଟଣାରେ ‘ନେପୋଟିଜିମ୍’ ହିଁ ସାମ୍ନାକୁ ଆସୁଛି । ରିୟଲ ଟ୍ୟାଲେଣ୍ଟକୁ ଅଶଦେଖା କରାଯାଉଥିବା ବେଳେ ବଲିଉଡରେ ଏବେ ନେପୋଟିଜିମ୍କୁ ଗୁରୁତ୍ୱ ଦେଉଛନ୍ତି ପ୍ରଯୋଜକଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକ ଓ ପ୍ରଯୋଜନା ସଂସ୍ଥା ।