ଆଜି ଚତୁର୍ଥୀ ପାଇଁ ଉଭୟ ସୁନିଲ ଓ ତାଙ୍କ ନବବିବାହିତା ପତ୍ନୀ ମନ୍ଦିରରୁ ଫେରିଥିଲେ ।ଏହି ସମୟରେ ପୂର୍ବକଳିରୁ ସୁନିଲ ବାପା କୁଶଧରଙ୍କୁ କୋଦାଳରେ ହାଣି ପକାଇଥିଲେ । ଘଟଣାସ୍ଥଳରେ ହିଁ କୁଶଧରଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବାରିଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଶବ ଜବତ କରି ପିତୃହନ୍ତା ପୁତ୍ରକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍ ।
ବିବାହ ଚତୁର୍ଥୀରେ ବାପକୁ କୋଦାଳରେ ହାଣି ହତ୍ୟା କଲା ପୁଅ

କେନ୍ଦୁଝର: ବିବାହ ଚତୁର୍ଥୀରେ ବାପକୁ କୋଦାଳରେ ହାଣି ହତ୍ୟା କଲା ପୁଅ । ନିଜ ବିବାହର ଚତୁର୍ଥୀ ଦିନ ବାପାକୁ କୋଦାଳରେ ହାଣି ହତ୍ୟା କଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ପୋଡାସିମଳା ଗାଁରେ । ମୃତକ ହେଲେ ଗାଁର କୁଶଧର ନାଏକ । ପିତୃହନ୍ତା ପୁଅ ସୁନିଲ ନାଏକକୁ ଅଟକ ରଖିଛି ପୋଲିସ୍ ।ସୂଚନାଅନୁଯାୟୀ, କୁଶଧର ନାଏକଙ୍କର ବଡପୁଅ ସୁନିଲ ନାଏକ ଗତ 3ଦିନ ପୂର୍ବେ ବିବାହ କରିଥିଲେ । କୌଣସି କାରଣରୁ ବାହାଘର ପାଇଁ ପିତା ଓ ପୁତ୍ରଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା ।
ଜନ ଆକ୍ରୋଶର ଶୀକାର ଉଦୟପୁର ବର୍ବର ହତ୍ୟାକାଣ୍ଡ ଅଭିଯୁକ୍ତ

ଅର୍ଗସ ବ୍ୟୁରୋ: ଜନ ଆକ୍ରୋଶର ଶୀକାର ଉଦୟପୁର ବର୍ବର ହତ୍ୟାକାଣ୍ଡ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟରୁ ନେବା ସମୟରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଉପସ୍ଥିତ ଲୋକମାନେ ଅଭିଯୁକ୍ତଙ୍କୁ ଆକ୍ରମଣ ପାଇଁ ଚେଷ୍ଟା ଥିଲେ । ପୋଲିସ ଏବଂ କମାଣ୍ଡୋଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଉପରେ ଜୋତା ଚପଲ ଏବଂ ଚାପୁଡା ସହ ଲାତ ମାଡ଼ କରିଥିଲେ ଲୋକମାନେ । ସେମାନଙ୍କ
Download Argus News App
