ସେଥିରେ ପ୍ରାୟ ୧୦ କୁଇଣ୍ଟାଲ ୩୬ କେଜି ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ଠିକ ସେହିପରି ପାଡୁଆ ପୋଲିସ ମଧ୍ୟ ରାତ୍ର ପେଟ୍ରୋଲିଂ ସମୟରେ ପାଡୁଆ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଅଂଚଳକୁ ଗଂଜେଇ ଚୋରାଚାଲାଣ ହେଉଥିବା ଏକ ଟ୍ରକକୁ ଅଟକ ରଖି ଯାଞ୍ଚ କରିଥିଲେ ଏବଂ ସେଥିରୁ ୨୪୯କେଜି ଗଂଜେଇ ସହ ଡ୍ରାଇଭର କୁ ଗିରଫ କରିବାରେ ସଫଳ ହୋଇଛି ।
ଲମତାପୁଟ ଓ ପାଡ଼ୁଆ ଥାନରୁ ପ୍ରାୟ ୧୨କୁଇଣ୍ଟାଲ ୮୫ କେଜି ଗଞ୍ଜେଇ ଜବତ କରାଯାଇଛି । ସମସ୍ତ ଜବତ ଗଂଜେଇ ଗୁଡିକ, ଆନ୍ଧ୍ର, ଛତିଶଗଡ଼ ଅଂଚଳକୁ ଚୋର ଚାଲାଣ ହେଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ଅନ୍ତରାଜ୍ୟରେ ପ୍ରାୟ ୧କୋଟି ୩୦ଲକ୍ଷ ଟଙ୍କାର ହେବ ବୋଲି ଜଣାଯାଇଛି ।