ଟିଏମସିରେ ରହି ମୁଁ ପାପ କରିଛି
ଭଦ୍ରକ: ଲଭ, ସେକ୍ସ ଆଉ ପ୍ରତାରଣା । ଫେସବୁକରୁ ପ୍ରଥମେ ପ୍ରେମ, ପରେ ସେକ୍ସ ଆଉ ଏବେ ପ୍ରତାରଣା । 8ମାସର ଅନ୍ତସତ୍ଵା ଜାଣି ପ୍ରେମିକାକୁ ଛାଡି ପ୍ରେମିକ ଫେରାର । ଶେଷରେ ପ୍ରେମିକା ବାଧ୍ୟ ହୋଇ ପ୍ରେମିକର ଘରେ ଧାରଣା ଦେଇଛି । ଏପରି ଘଟଣା ସାମ୍ନାକୁ ଆସିଛି ବାସୁଦେବପୁର ବ୍ଲକ ତୁଳମତୁଲା ଗାଁରେ । ଗାଁର ବାବାଜୀ ଜେନାଙ୍କ ପୁଅ ଚକରା ସହିତ କେନ୍ଦ୍ରାପଡା ରାଜନଗର ର ମମତା ଜେନାଙ୍କ ସହିତ ଫେସବୁକ ରୁ ପ୍ରେମ ହେଇଥିଲା ।
ଆଉ ତା ପରେ ଉଭୟ ଘର ଛାଡ଼ି ଆନ୍ଦ୍ର ପ୍ରଦେଶର ବିଜୟ ୱାଡାରେ ବିବାହ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଆଉ ଏବେ କିଛି ଦିନ ତଳେ ମହିଳାଙ୍କୁ ଏକ ଭଡା ଘରେ ରଖି ଗାଁକୁ ପଳାଇ ଆସିଥିଲା ପ୍ରେମିକ ଜଣକ । ପ୍ରେମିକା ପାଖକୁ ନଫେରିବାରୁ ଶେଷରେ ମହିଳା ଜଣକ ଚକରାର ଘରେ ଆସି ପହଂଚି ସ୍ୱାମୀଙ୍କୁ ଫେରି ଆସିବାକୁ ଜିଦ କରିଥିଲେ । ହେଲେ ଏଥିରେ ପରିବାର ଲୋକ ରାଜି ନହେବାରୁ ଘର ଭିତରେ ସେମିତି ମହିଳା ଜଣକ ଧାରଣାରେ ବସି ରହିଛନ୍ତି ।