କଳାହାଣ୍ଡି: କନ୍ୟାଶ୍ରମ ପରିଚାଳକଙ୍କୁ ଆଜି ବି ଧମକ ଆସିଥିବା ଜଣାପଡିଛି । ହତ୍ୟା ସହ ଆଶ୍ରମ ଉଡାଇ ଦେବାକୁ ଧମକ ଆସିଛି । ଅନ୍ୟପଟେ ଧମକ ମିଳିବା ପରେ ଆଶ୍ରମରେ ପହଞ୍ଚିଛି ବିଜେପିର 7ଜଣିଆ ଟିମ । ଏହି ଟିମରେ 2ଜଣ ବିଧାୟକ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ଅଛନ୍ତି । ସେପଟେ ଧମକକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭିଏଚପି । ବିଧର୍ମୀଙ୍କ ଚାପରେ ରାଜ୍ୟ ସରକାର କହି ବିଜେଡି ଉପରେ ବର୍ଷିଲା ବିଶ୍ବ ହିନ୍ଦୁ ପରିଷଦ ।
ଜଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀଜୀଙ୍କୁ ଅଜଣା ଫୋନରେ ହତ୍ୟା ଧମକ ନେଇ VHP ରାଜ୍ୟ ଉପସଭାପତି ପଣ୍ଡିତ ମହେଶ ସାହୁ ପ୍ରତିକ୍ରିୟା ରଖିଛନ୍ତି । ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ମଧ୍ୟ ଏଭଳି ଫୋନରେ ଧମକ ଆସିଥିଲା । ସେତେବେଳେ ରାଜ୍ୟ ସରକାର ଧମକକୁ ହାଲୁକା ଭାବେ ଗ୍ରହଣ କରିଥିଲେ ।
୧୨ ବର୍ଷ ହେଲା ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ଏବେ ବି ପୁଣି ହତ୍ୟା ଧମକ ଆସୁଛି । ସେପଟେ ସ୍ବାମୀ ଜୀବନମୁକ୍ତା ନନ୍ଦଙ୍କ ସୁରକ୍ଷା ଦାବି କଲା VHP । ଜଲେଶପଟା କନ୍ୟାଶ୍ରମରେ କଡ଼ା ସୁରକ୍ଷା ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ । ଦୁଇ ଦିନରେ ଦୁଇଥର ସ୍ବାମୀଜୀଙ୍କୁ ଧମକ ମିଳିଛି ।