ସୂଚନାନୁଯାୟୀ, ପାରାଦ୍ବୀପ ଲକ୍ ଥାନା ଅଧିନ ପାରାଦ୍ବୀପ ଗଡ ଇଣ୍ଡଷ୍ଟ୍ରିଆଲ ପଡାରେ ଗତକାଲି ରାତିରେ ଏକ ତେଲ ଟ୍ୟାଙ୍କଲର ଜୋରରେ ଯିବାରୁ ରାସ୍ତା ଖାଲରେ ଥିବା ପାଣି ଛିଟିକି ଥିଲା। ଯାହାକୁ ବିରୋଧ କରିବା ସହିତ ଧିରେ ଧିରେ ଗାଡି ଚଲାଇବା ପାଇଁ କହିଥିଲେ ସ୍ଥାନୀୟ ଅଞ୍ଚଳର ନୃସିଂହ ମଙ୍ଗରାଜ । ଏହି ଘଟଣାକୁ ନେଇ ଟ୍ୟାଙ୍କର ଡ୍ରାଇଭର ଓ ସେଠାକାର ଆଉକିଛି ବ୍ୟକ୍ତି ନୃସିଂହଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ନୃସିଂହଙ୍କ ପୁଅ ଓ ଭାଇମାନେ ଆସି ପହଞ୍ଚିବା ପରେ ଟ୍ୟାଙ୍କର ଡ୍ରାଇଭରଙ୍କ ସମର୍ଥକ ହଠାତ ଏସିଡ ମାଡ କରିଥିଲେ । ଏଥିରେ ନୃସିଂହଙ୍କ ସାନ ପୁଅ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ବଡ ପୁଅ, ଭାଇ ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣାରେ ଲକ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ସାମାନ୍ୟ ବଚସାରୁ ଏସିଡ ମାଡ

ପାରାଦ୍ବୀପ : ସାମାନ୍ୟ ବଚସାରୁ ଏସିଡ ମାଡ। ପାରାଦୀପ ଲକ ଥାନା ଅଧିନ ପାରାଦୀପ ଗଡ ଇଣ୍ଡଷ୍ଟିଆଲ ପଡାରେ ଏସିଡ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଲକ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରଖିଛନ୍ତି।
Download Argus News App
