ପୁଣି ଓଡ଼ିଶା ଆସୁଛି କି ପୋସ୍କୋ?
ଭୁବନେଶ୍ଵର: ପୁଅକୁ ନ୍ୟାୟ ଦାବିରେ ଆଦିତ୍ୟଙ୍କ ମାଆ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଆଦିତ୍ୟଙ୍କ ମାଆ ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଯେ, ପୋଲିସ, କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ।
ଆଜି ବି ରହସ୍ୟ ଘେରରେ ଆଦିତ୍ୟ ମୃତ୍ୟୁ ମିଷ୍ଟ୍ରୀ। ତେବେ ଆଦିତ୍ୟଙ୍କ ମୃତ୍ୟୁ ନେଇ ତାଙ୍କ ମା କହିଛନ୍ତି ଯେ, ବୋହୂ ଉପରେ ମୋର ସନ୍ଦେହ ରହିଛି। ସମସ୍ତଙ୍କୁ ପଟରାଉଚୁରା କରାଯାଉ। ଡାଏରୀ ନେଇ କ'ଣ ପାଇଁ ତଦନ୍ତ ହେଲାନି', ଠିକ୍ ଦିଗକୁ ନେଇ ତଦନ୍ତ ହେଇନାହିଁ' ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କାହାକୁ ଛାଡିବିନି। ଦୋଷୀଙ୍କୁ ଘଣ୍ଟ ଘୋଡାଯାଉଛି।GRP ସବୁ ଜାଣିଛନ୍ତି। ତାଙ୍କୁ କାହିଁକି ତଦନ୍ତ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।