ମାଲକାନଗିରି: ପୁଣି ହନୁମାନ ପଇସା ଜବତ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦରରେ ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ଭା ମୁଦ୍ରା, ହରିଣ ଛାଲ, ଏକ ବନ୍ଧୁକ, ସହ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚିତ୍ରକୋଣ୍ଡା ପୋଲିସ । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଆଇ.ଆଇ.ସିଙ୍କ ନେତୃତ୍ୱରେ ଏକ ଟିମ ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ଚଢ଼ାଉ କରିଥିଲେ।
ଚଢ଼ାଉ ବେଳେ ସେଠାରୁ ଏକ ଡବଲ ବ୍ୟରେଳ ବନ୍ଧୁକ, ୫୦ଗୋଟି ଭାରତୀୟ ଓ ବିଦେଶୀ ପୁରୁଣା ତମ୍ଭା ପଇସା, ହନୁମାନ ପଇସା, ବିଭିନ୍ନ ରଙ୍ଗର ଓ ଭିନ୍ନ ରୂପର ରତ୍ନ ପଥର ଥିବା ଗୋଟିଏ ଷ୍ଟିଲ ବକ୍ସ, ନଗଦ ୧୨,୩୧୦ ଟଙ୍କା, ଗୋଟିଏ ସ୍କୁଟି, ତିନୋଟି ମୋବାଇଲ, ଏଟିଏମ କାର୍ଡ, ଜବତ କରିବା ସହ ଘର ମାଲିକଙ୍କ ସମେତ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ଚିତ୍ରକୋଣ୍ଡା ପୋଲିସ।