ବିବାହ କରିବେ ନଦୀ କନ୍ୟା...
ମୟୂରଭଞ୍ଜ: ମୟୂରଭଞ୍ଜ ଝାରପୋଖରିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲା । 3ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରପୋଖରିଆ ପୋଲିସ । ଝିଅଟି ଝାରପୋଖରିଆ ଥାନା ଅଧୀନରେ ମାମୁଁ ଘରେ ରହି ପାଠ ପଢ଼ୁଥିଲା ।
ଗତ 21 ତାରିଖ ରାତିରେ ଝାରପୋଖରିଆ ଥାନା ଅଞ୍ଚଳରୁ 3 ଯୁବକ ନାବଳିକାଙ୍କୁ ଅପହରଣ ଅପହରଣ କରି ଭୁବନେଶ୍ୱର ନେଇ ଯାଇଥିଲେ ।
22 ତାରିଖରେ ନାବଳିକାଙ୍କ ପରିବାର ନାବଳିକାଙ୍କୁ ନପାଇ ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏ ନେଇ ଝାରପୋଖରିଆ ପୋଲିସ ଏକ ମାମଲା ରୁଜୁ କରି ଗାଡ଼ିର ଡ୍ରାଇଭରକୁ ଥାନାରେ ଅଟକ ରଖି ପଚାରାଉଚୁରା କରିଥିଲା ।
ପରେ ନାବଳିକା ଭୁବନେଶ୍ୱରରେ ଥିବା ସୂଚନା ପାଇ ସ୍ଥାନୀୟ ପୋଲିସ ସହାୟତାରେ ନାବଳିକାକୁ ଉଦ୍ଧାର କରିଛି ପୋଲିସ । ଯୁବକଙ୍କ ବିରୋଧରେ ପୋକସ ଆକ୍ଟରେ ମାମଲା ରୁଜୁ ହୋଇଛି ।