କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ବ୍ରହ୍ମପୁର: ପୁଣି ବ୍ରହ୍ମପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ। ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଶୁଭମ ବେହେରା ସକାଳୁ ଗୋପାଳପୁର ରାସ୍ତାରେ ଥିବା ଡୁରା ଛକ ନିକଟସ୍ଥ ଏକ ପୋଖରୀ କି ଗାଧେଇବାକୁ ଯାଇଥିଲେ । ଠିକ୍ ସେହି ସମୟରେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ଏକ ଧାରୁଆ ବ୍ଲେଡ଼ରେ ଆକ୍ରମଣ କରିଥିଲେ ।
ଗୁରୁତର ଅବସ୍ଥାରେ ଦେଖି କିଛି ସାଙ୍ଗ ସାଥି ପରିବାରକୁ ଖବର ଦେଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଏମକେସିଜି ମେଡିକାଲକୁ ନେଇଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟପୂର୍ଣ୍ଣ ଥିବା କଥା ପରିବାର ସଦସ୍ୟ ମାନେ କହିଛନ୍ତି।