ନିଜ ଦରମାରୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ଵର: ଭୁବନେଶ୍ୱରରେ ମୁଣ୍ଡ କାଟି ମହିଳାଙ୍କୁ ହତ୍ୟା ଘଟଣାର ଦୁଇ ଅଭିଯୁକ୍ତ ଡେମୋ ଦେଇଖାଇଛନ୍ତି। ପାତ୍ରପୁରର ଫୁଲେଶ୍ୱର ବସ୍ତିରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଚନ୍ଦକା ପୋଲିସ ସିନ୍ ରିକ୍ରିଏସନ କରିଛି । ସେଠାରେ ସାଇଣ୍ଟିଫିକ ଟିମ ମଧ୍ୟ ଉପସ୍ଥିତ ଥିଲା । ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଥିବା କମିଶନରେଟ୍ ପୋଲିସ ପୂର୍ବରୁ ସୂଚନା ଦେଇଛି ।
ମୁଖ୍ୟ ଅଭିଯୁକ୍ତ ସଞ୍ଜୟ, ପୁଷ୍ପଲତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ଆଉ ଏଥିରେ ତାଙ୍କ ସାଙ୍ଗ ଚନ୍ଦୁ ସହଯୋଗ କରିଥିଲା । ପରେ ମୃତ ମହିଳାଙ୍କ ମୁଣ୍ଡ କାଟି ଭରତପୁର ଜଙ୍ଗଲରେ ଶବ ଫିଙ୍ଗି ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ ଘଟଣାର ଅଧିକ ଖୋଳତାଡ ଚଳାଇଛି।