ପାଟଣାଗଡ଼ ଗଣହତ୍ୟାର ପର୍ଦ୍ଦାଫାସ। 3 ପରିବାର ମିଶି ରଚିଥିଲେ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର। 10 ନଭେମ୍ବରର ଥିଲା ଜାନି ପରିବାର ପାଇଁ ମୃତ୍ୟୁର ରାତି। ସମୟ ରାତି 8ଟା... । ବୁଲୁ ଜାନିଙ୍କ ଘର ପାଖରେ ପହଞ୍ଚିଥିଲେ 9 ହତ୍ୟାକାରୀ। ନବରଙ୍ଗପୁରରୁ 4, ନିର୍ଲାରୁ 2 ଓ ପାଟଣାଗଡ଼ରୁ ଥିଲେ 3 ଜଣ । ସମସ୍ତେ ଥିଲେ ଗଣ୍ଡ, ଜାନି ଓ ମାଝି ପରିବାରର। ଦୀର୍ଘ ଦିନର ପାରିବାରିକ ଆକ୍ରୋଶର ଅନ୍ତ କରିବାକୁ ଅକ୍ଟୋବରରୁ ଚାଲିଥିଲା ପ୍ଲାନିଂ। ହତ୍ୟାକାଣ୍ଡ ରାତି ପ୍ରାୟ 11.30ରେ ପରିସ୍ରା ପାଇଁ ବାହାରକୁ ଆସିଥିଲେ ବୁଲୁ ଜାନି । ସେତେବେଳେ ତାଙ୍କ ଉପରକୁ ଚାଲିଥିଲା ଗୁଳି କିନ୍ତୁ ବଞ୍ଚିଯାଇଥିବା ବୁଲୁ ଘରେ ପଶିଯାଇଥିଲେ । ତାଙ୍କ ପଛେ ପଛେ ଯାଇଥିଲେ ହତ୍ୟାକାରୀ । ପାଖରେ ଥିବା ମାରଣାସ୍ତ୍ରରେ ଘରକୁ କରିଥିଲେ ରକ୍ତରଞ୍ଜିତ। ନଭେମ୍ବର 10 ତାରିଖରେ ଶ୍ମଶାନ ପାଲଟିଥିଲା ବୁଲୁ ଜାନିଙ୍କ ଘର। ରକ୍ତ ରଞ୍ଜିତ ଘରେ ସବୁ ଦିନ ପାଇଁ ଶୋଇଯାଇଥିଲେ ବାପା, ମାଆ, 3 ପୁଅ ଓ ଝିଅ। ଶେଷରେ ସଅଁରପଡ଼ାର ବନ୍ଦକୋଠରୀ ଭିତରେ ଥିବା ମୃତ ରହସ୍ୟ ଉପରୁ ହଟିଛି ପରଦା। ଆଉ ସାମ୍ନାକୁ ଆସିଛି ମୃତ୍ୟୁ ପଛର ବିଚିତ୍ର କାରଣ । କାରଣ ଥିଲା ପିଲାଙ୍କୁ ମାରିଦିଅ...ନ ହେଲେ ସେମାନେ ବଡ଼ ହେଲେ ଆମକୁ ମାରିବେ। ଏଭଳି କାରଣ ସହ ଗୋଟିଏ ପରିବାରକୁ କରିଦିଆଗଲା ନିଶ୍ଚିହ୍ନ। କେବଳ ସେତିକି ନୁହେଁ ମାରିବା ପରେ ସୁନା ପାଇଁ ଖୋଳିଥିଲେ ଘର।
ହୃଦୟଥରା ହତ୍ୟାକାଣ୍ଡ ସହ 10 ବର୍ଷର ଆକ୍ରୋଶର ଅନ୍ତ, ପାଟଣାଗଡ଼ ହତ୍ୟାକାଣ୍ଡରେ ବନ୍ଧା ହେଲେ 7 ହତ୍ୟାକାରୀ
ବଲାଙ୍ଗୀର : ପିଲାଙ୍କୁ ବଢ଼ିବା ପୂର୍ବରୁ ମାରିଦିଅ। ଆକ୍ରୋଶର ଚରମ ସୀମାରେ 10 ବର୍ଷର ପାରିବାରିକ କଳହ। ବଲାଙ୍ଗୀର ପାଟଣାଗଡ଼ ହତ୍ୟାକାଣ୍ଡର ହୋଇଛି ପର୍ଦ୍ଦାଫାସ। ଏହି ଘଟଣାରେ 7 ଜଣଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ଟିମ। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଅସ୍ତ୍ରଶସ୍ତ୍ର ଓ ଗାଡ଼ି ମଧ୍ୟ ଜବତ ହୋଇଛି। ସେପଟେ ଏବେ ସୁଦ୍ଧା ଅନ୍ୟ 2 ଜଣ ଅଭିଯୁକ୍ତ ଫେରାର ଥିବା କହିଲେ ଏସପି ।
Download Argus News App
