ଭୁବନେଶ୍ବରରେ ଏକ କଲୋନୀରେ କାର ଦୁର୍ଘଟଣା
ମାଲକାନଗିରି: ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ହାନ୍ତାଳ ଗୁଡା ଅଞ୍ଚଳରେ ମାଓ ଯୋଜନା ପଣ୍ଡ କଲେ ବିଏସଏଫ ଯବାନ । ଗୁଇନ୍ଦା ସୂତ୍ରରୁ ଖବର ପାଇ BSF ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ବିପୁଳ ପରିମାଣର ପିସ୍ଫୋରକ ପାଇଥିଲେ । ମାଓବାଦୀଙ୍କ ଗୋଟିଏ ବ୍ୟାଗରେ ଏହି ବିସ୍ଫୋରକ ସବୁ ରଖାଯାଇଥିଲା ।
ବ୍ୟାଗରେ 2 ଟି ପ୍ରେସର ମାଇନ ବୋମା, 1 ଟିଏ ଟିଫିନ ବୋମା, ମେଡ଼ିସିନ, ବେଲ୍ଟ,ଡ୍ରେସ ସାବୁନ, ଓ ନୀତିଦିନ ବ୍ୟବହାର ସାମଗ୍ରୀ ଜବତ କରିଛନ୍ତି ଯବାନ। ତୁରନ୍ତ ସେଠାରେ BSF ବମ ସ୍କ୍ୱାର୍ଡ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ ।
କିଛି ଦିନ ଧରି ସ୍ଵାଭିମାନ ଅଞ୍ଚଳରେ BSF ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି। ତେଣୁ ଏହି ବୋମା BSF ଯବାନଙ୍କ ଉଦେଶ୍ୟରେ ଲଗାଯାଇଥିବା ସନ୍ଦେହ କରାଯାଉଛି ।