ଏଠାରୁ ଟଙ୍କା ନେଇ ଫେରୁଥିବାବେଳେ ଭୋଜପୁର ନିକଟସ୍ଥ କୁଚିଣ୍ଡା ଥାନା ଅନ୍ତର୍ଗତ ଠୁଣ୍ଟିପିପଲ୍ ନିକଟରେ ପଲ୍ସର ଧରି ରାସ୍ତାରେ ଛିଡ଼ା ହୋଇଥିବା ୨ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଥିଲେ। ପଛରୁ ଆଉ ୪ ଜଣ ଲୁଟେରା ମୋଟର ସାଇକେଲ୍ରେ ଆସି ପହଞ୍ଚିଥିଲେ। ସେମାନେ ବନ୍ଧୁକ ଦେଖାଇ ଗାଡ଼ିରେ ଥିବା ବ୍ୟାଙ୍କ ଶାଖା ପରିଚାଳକ, ଅନ୍ୟ ଜଣେ କର୍ମଚାରୀ ଓ ଡ୍ରାଇଭର୍କୁ ଭୟଭୀତ କରି ଟଙ୍କା ବ୍ୟାଗ୍ ଲୁଟି ଫେରାର ହୋଇ ଯାଇଥିଲେ।
ଏନେଇ ବ୍ୟାଙ୍କ ଶାଖା ପରିଚାଳକ କୁଚିଣ୍ଡା ଥାନାରେ ଏତଲା ଦାଏର କରିଛନ୍ତି। କୁଚିଣ୍ଡା ଏସ୍ଡିପିଓ ରାଜକିଶୋର ମିଶ୍ର ଏବଂ ଥାନା ଅଧିକାରୀ କମଳ ପଣ୍ଡାଙ୍କ ତତ୍ତ୍ବାବଧାନରେ ପୋଲିସ୍ ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ତଲାସୀ ଆରମ୍ଭ କରିଛି। ରାତିରେ ସମ୍ବଲପୁର ଏସ୍ପି କନ୍ୱର ବିଶାଲ ସିଂହ କୁଚିଣ୍ଡାରେ ପହଞ୍ଚିଛନ୍ତି।