ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ବାଲେଶ୍ଵର: ବହୁ ଚର୍ଚ୍ଚିତ ଖାଶୁଆ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛି। ଅପରାଧୀଙ୍କୁ ଧରିବାରେ ସହଦେଵଖୁଣ୍ଟା ପୋଲିସ ସଫଳ ହୋଇଛି। ଅପରାଧୀର ନାମ ନବକିଶୋର ଦେ।
ସହଦେଵଖୁଣ୍ଟା ପୋଲିସ ଅପରାଧୀ ନିକଟରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର, 12ଟି ଜୀବନ୍ତ ଗୁଳି, 1200ଟଙ୍କା, ଗୋଟିଏ ପର୍ଶ, ଗୋଟିଏ ଟର୍ଚ୍ଚ ଲାଇଟ ଓ ଗୋଟିଏ କାନ୍ଧ ବ୍ୟାଗ ଜବତ କରିଛି ।