ଅର୍ଗସ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ ..
ଭୁବନେଶ୍ଵର: ରାଜଧାନୀରେ ସାଇବାର ଠକେଇ । ଅଧ୍ୟାପିକା ଜଣକ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଲୁଟେରାମାନେ ଅଧ୍ୟାପିକାଙ୍କ ଠାରୁ 19ହଜାର ଟଙ୍କା ଠକି ନେଇଛନ୍ତି । ଗତ 2ତାରିଖ ଦିନ ପଟିଆ ଅଞ୍ଚଳର ରେଶମ ମହାପାତ୍ର OLX ରେ ଓ୍ଵାସିଂ ମେସିନ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ । ଏହାପରେ ୱାସିଂ ମେସିନ କିଣିବା ବାହାନାରେ ସାଇବର ଠକ QR code pay link ପଠେଇ ସ୍କାନ କରିବାକୁ କହିଥିଲା ।
ଅଧ୍ୟାପିକା ସ୍କାନ କରିବା ପରେ ଦୁଇଟି କିସ୍ତିରେ ଟଙ୍କା ଉଭାନ ହୋଇଯାଇଥିଲା । ଏହାପରେ ଠକେଇ ଶିକାରୀ ହୋଇଥିବା ଜାଣିବା ପରେ ସେ ପ୍ରଥମେ ଇନଫୋସିଟି ଥାନା ଓ ଏହାପରେ ସାଇବର ଡେସ୍କର ଦ୍ୱାରସ୍ଥ ହୋଇଥିଲେ ।