ଗଜପତି: ଅଡ଼ବା ଥାନା କଟାମା ପଞ୍ଚାୟତ ଜାଡିଙ୍ଗ ଗାଁରେ ଅଭାବନୀୟ ଘଟଣା । ଗୁଣି ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା ଉଦ୍ୟମ । ଲକ୍ଷ ଭ୍ରଷ୍ଟ ପରେ ପୁଣି ତିନି ଜଣ ମିଶି ମୁଣ୍ଡରେ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲେ । ଅଳ୍ପକେ ବର୍ତ୍ତି ଗଲେ ଅଭିଯୋଗକାରୀ । ଏନେଇ ଅଡ଼ବା ଥାନାରେ ଲିଖିତ ଅଭିଯୋଗ ହୋଇଛଇ । ଅଭିଯୋଗକାରୀ ହେଉଛନ୍ତି ଜାଡିଙ୍ଗ ଗାଁ ର ଡମ୍ବରୁ ଧର ମାଝୀ ।
ଆକ୍ରମଣକାରୀ ହେଉଛନ୍ତି ସେହି ଗାଁର ପ୍ରମୋଦ ମାଝୀ । ଅନ୍ୟ ଦୁଇଜଣ ଙ୍କୁ ଚିହ୍ନିପାରି ନାହାନ୍ତି ଅଭିଯୋଗକାରୀ । ଡମ୍ବରୁ ଜାଡିଙ୍ଗ ଗ୍ରାମ ନିକଟସ୍ଥ କରଡାବାଡି ଚର୍ଚ୍ଚରେ ପାସ୍ଟର ଭାବେ ପୂଜା ପାଠ କରୁଥିଲେ ।
କିନ୍ତୁ କିଛି ମାସ ତଳେ ଉକ୍ତ ଜାଡିଙ୍ଗ ଗାଁର ପ୍ରମୋଦ ମାଝୀଙ୍କ ୯ ମାସର ପୁଅ କୌଣସି କାରଣରୁ ମୃତ୍ୟୁ ବରଣ କରିଥିଲେ ।କିନ୍ତୁ ଗ୍ରାମରେ ସଭାକରି ପ୍ରମୋଦଙ୍କ ପୁଅକୁ ଡମ୍ବରୁ ଗୁଣିକରି ମାରିଛି ବୋଲି ମଧ୍ୟ ଅଭିଯୋଗ କରିଥିଲେ । ସେବେଠାରୁ ତିକ୍ତତା ଲାଗିରହିଥିଲା ।
କିନ୍ତୁ ଗତ କାଲି ସକାଳେ ଡମ୍ବରୁ କରଡାବାଡି ଯାଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ପ୍ରମୋଦ ଏବଂ ତାଙ୍କ ଦୁଇ ସହଯୋଗୀ ଡମ୍ବରୁ ଉପରକୁ ଗୁଳି ଚାଳନା କରିଥିଲେ । ହେଲେ ଗୁଳି ନବାଜି ବାଇକରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ଡମ୍ବରୁ ପଡିଯିବା ଫଳରେ ତିନି ଜଣ ମିଶି ଡମ୍ବରୁ ର ମୁଣ୍ଡରେ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲେ ।
କିନ୍ତୁ ସେହି ସମୟରେ ଉକ୍ତ ରାସ୍ତା ଦେଇ ଗୋଟିଏ ଅଟୋ ଯାଉଥିବା ଦେଖି ଆକ୍ରମଣକାରୀମାନେ ସେଠାରୁ ଦୌଡ଼ି ପଳାଇ ଥିଲେ । ଅଟୋଚାଳକ ଜଣଙ୍କ ଡମ୍ବରୁକୁ ଉଧାର କରିବା ପରେ ଡମ୍ବରୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଡାକ୍ତର ଖାନାରେ ଚିକିତ୍ସିତ ହେବା ପରେ ଘଟଣା ଦିନ ମଧ୍ୟ ରାତ୍ରିରେ ଏନେଇ ଅଡ଼ବା ଥାନାରେ ଅଭିଯୋଗ କରିଛନ୍ତି ।