ନୁଆପଡା ଜିଲ୍ଲାରେ ଲୋକମାନେ କୋରୋନା କୁ ନେଇ ସଚେତନ ହେଉ ନାହାନ୍ତି
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଜମୁଛି ଜୁଆ ଆଡ୍ଡା । ନିଛାଟିଆ ଘରେ ଜୁଆ ଖେଳ ହେଉଥିବା ବେଳେ ଏବେ ଆପାର୍ଟମେଣ୍ଟରେ ଚାଲିଛି ଜୁଆ ଆଡ୍ଡା । ଏନେଇ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ।
ପରେ ଗୋଷାଣୀ ନୂଆଗାଁ ଥାନା ପୋଲିସ ଶାସ୍ତ୍ରୀନଗରରେ ଥିବା ସୁଶ୍ରୀ ହୋମ୍ ଫ୍ଲାଟ୍ ନମ୍ବର-୩୦୭ରେ ରେଡ୍ କରିଥିଲା ।ରେଡ୍ ବେଳେ ପୋଲିସ ତାସ୍ ସହ ୩ ଲକ୍ଷ ୬୩ ହଜାର ୯୨୦ ଟଙ୍କା ଜବତ କରିଛି । ଜୁଆ ଖେଳରେ ସାମିଲ୍ ଥିବା ୮ ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।