ମାଲକାନଗିରି : ମାଲକାନଗିରିରୁ 13 ଲକ୍ଷ ଟଙ୍କାର ଗୁଟଖା ଜବତ ହୋଇଛି। ମାଲକାନଗିରିରୁ କାଲିମେଲାକୁ ଏକ ଅଟୋ ଯୋଗେ ବେଆଇନ ଭାବେ ଗୁଟଖା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଅଟୋ ଚାଳକ ଜଣଙ୍କ ଗୁଟଖା ଗୁଡିକର କୌଣସି କ୍ରୟ ବିଲ ଦେଖାଇ ନପାରିବାରୁ ତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗୁଟଖା ବିକ୍ରି ହେଉଥିବା ସୁରାକ୍ ପାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ବ୍ୟାପକ ଗୁଟଖା ଜବତ ହେବା ସହ 8 ଜଣ ବ୍ୟବସାୟୀଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଗୁଟଖାର ମୂଲ୍ୟ ପ୍ରାୟ 13 ଲକ୍ଷ ଟଙ୍କା ଥିବା ଅନୁମାନ କରଯାଉଛି । ଏହି ଗୁଟଖା ବ୍ରହ୍ମପୁର ଏବଂ ଜୟପୁରରୁ ମାଲକାନଗିରି ଚାଲାଣ ହେଉଥିବାବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ । ବିଜେପି ଶିବିରରେ ଚାଲିଛି ମାନସମନ୍ଥନ । ଏହାରି ମଧ୍ୟରେ 3 ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ବିଜେପି । ଛତିଶଗଡ ପାଇଁ 3 ପର୍ଯ୍ୟବେକ୍ଷକ ଘୋଷଣା ହୋଇଛନ୍ତି । ଅର୍ଜୁନ ମୁଣ୍ଡା, ଦ୍ରୁଷ୍ୟନ୍ତ ଗୌତମ, ସର୍ବାନନ୍ଦ ସୋନୱାଲଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ମନହୋରଲାଲ ଖଟ୍ଟର, କେ.ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ତିନି ରାଜ୍ୟ ପାଇଁ ଅନେକ ଦାବିଦାର ରହିଥିବାବେଳେ ଏହି ପର୍ଯ୍ୟବେକ୍ଷକମାନେ ବିଧାୟକମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏହି 3 ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ସ୍ପଷ୍ଟ ହେବ ।
ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଅନୁଗୁଳରେ ପୁଣି ହାତୀ ଆତଙ୍କ । ୨ ଜଣଙ୍କୁ ଦଳି ମାରିଲା ହାତୀ । ଅନୁଗୁଳ ବନଖଣ୍ଡ ଛେଳିଆପଡା ବୁଢାପଦ ସାହିରେ ଅଇଁଠୁ ସାହୁଙ୍କ ହାତୀ ଆକ୍ରମଣରେ ଜୀବନ ଯାଇଥିବା ବେଳେ ଶାବଳଭଙ୍ଗା ଗାଁର ଗୁରୁ ନାୟକଙ୍କ ମଧ୍ୟ କଚାଡ଼ି ମାରିଛି ହାତୀ । ଗତକାଲି ରାତିରେ ଉଭୟ ହାତୀ ହାବୁଡ଼ରେ ପଡ଼ିବା ସହ ପ୍ରାଣ ହରାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କ୍ଷତିପୂରଣ ସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଦାବି କରି ରାସ୍ତାରୋକ କରିଛନ୍ତି ଲୋକେ । ବନ ବିଭାଗର ପ୍ରତିଶ୍ରୁତି ପରେ ସରଧାପୁରରେ ବନ୍ତଳା-ଅନୁଗୁଳ ମୁଖ୍ୟ ରାସ୍ତାରୁ ହଟିଛନ୍ତି ଲୋକେ ।
ତେବେ ଛେଳିଆପଡା ଗାଁରେ ସମାନ ଦାବି ନେଇ ଏବେ ବି ଆନ୍ଦୋଳନ ଜାରି ରହିଛି । ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନୁଗୁଳ ଜିଲ୍ଲାରେ ବାରମ୍ବାର ଲୋକେ ହାତୀ ଆକ୍ରମଣର ଶିକାର ହେଉଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବନ ବିଭାଗ । ହାତୀ ଆକ୍ରମଣରେ ପ୍ରତିବର୍ଷ ଜିଲ୍ଲାରେ ଶତାଧିକ ଲୋକଙ୍କର ଜୀବନ ଯାଉଛି। କିଛି ଦିନ ମଧ୍ୟରେ କେବଳ ଅନୁଗୁଳ ବ୍ଲକରେ ୩୦ରୁ ଅଧିକ ଜୀବନ ଗଲାଣି । ହାତୀ ପଲ ଚାଷ ଉଜାଡ଼ି ଦେବା ସହ ଜୀବନ ସହ ଜୀବିକା ବି ବିପନ୍ନ ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: