ସେଥିରେ ୪ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି ପୋଲିସ। ଅଭିଯୁକ୍ତ ଦ୍ୱୟ ହେଲେ ଗଜପତି ଜିଲା ଅଡ଼ବା ଥାନା ଖ୍ରୀଷ୍ଟିଆନ ସାହିର ଯୋସେଫ ବୀର ଓ ଅନ୍ୟଜଣକ ହେଲେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳର ଜଣେ ନାବାଳକ। ଜବତ ଗଞ୍ଜେଇର ଓଜନ ପ୍ରାୟ ୧୦୪ କେଜି ହେବ ।