ଠିକ ସେହି ସମୟରେ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଜଳାପୁଟ ଅଂଚଳରୁ ଏକ ଗଂଜେଇ ଭର୍ତ୍ତି ବୋଲେରୋ ପିକଅପ ଗାଡି ଦ୍ରୁତ ଗତିରେ ଆଶୁଥିବା ନେଇ ଲମତାପୁଟ ପୋଲିସ କଡ଼ରି ମାଳିପୁଟଛକ ନିକଟରେ ଅଟକ ରଖି ଗାଡିକୁ ଯାଞ୍ଚ କରିଥିଲେ ।
ପରେ ଗାଡ଼ିରେ ଗଂଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଗାଡି ଡ୍ରାଇଭର ସହ ଗଞ୍ଜେଇ ଭର୍ତ୍ତି ବୋଲେର ପିକଅପ ଗାଡିକୁ ଲମତାପୁଟ ଥାନାକୁ ଆଣିଥିଲେ ଏବଂ ଗାଡ଼ିରେ ଥିବା ଗଂଜେଇକୁ ଓଜନ କରିଥିଲେ । ଗାଡ଼ିରେ ୬୦୦କେଜି ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧୮ଲକ୍ଷ ଟଙ୍କାର ହେବ ବୋଲି ଲମତାପୁଟ ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟ ପଟେ ଗାଡ଼ିର ଡ୍ରାଇଭରକୁ ଅଟକ ରଖି ପଚର ଉଚରା ଜାରି ରହିଛି ।
ଅଧିକ ତଦନ୍ତ ପରେ ଡ୍ରାଇଭର କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛନ୍ତି । ଗତ କିଛି ଦିନ ତଳେ ଲମତାପୁଟ ପୋଲିସ ଏକ ନକଲି ସାମ୍ବାଦିକଙ୍କୁ ମଧ୍ୟ ଗଂଜେଇ ଚୋର ଚାଲାଣ କରୁଥିବା ବେଳେ ଧରିବାରେ ସଫଳ ହୋଇଥିବା ବେଳେ ଆଜି ପୁଣି ଏକ ବୋଲେରୋ ପିକୋପ ଭର୍ତ୍ତି ଗଂଜେଇ ଧରିବାରେ ଲମତାପୁଟ ପୋଲିସ କୁ ବଡ ସଫଳତା ମିଳିଛି ।