ମୟୂରଭଞ୍ଜ: ଝରାଫୁଲ ମର୍ଡର ମିଷ୍ଟ୍ରି । ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ମୃତ ଝରାଫୁଲଙ୍କ ବାପା । ଯେ ପ୍ରଶ୍ନ କରିଛନ୍ତି, ଯଦି କମିଶନରେଟ ପୋଲିସ କଟାମୁଣ୍ଡ ମହିଳାଙ୍କ ହତ୍ୟା ଉପରୁ ପରଦା ଉଠାଇ ପାରୁଛି, ତେବେ କାହିଁକି ପୋଲିସ ମୋ ଝିଅ ମୃତ୍ୟୁ ମାମଲାରେ ପରଦା ଉଠାଇପାରୁନି । ଗତ ଜାନୁଆରୀ ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ହୋଟେଲରେ ଏକୁଟିଆ ଝରାଫୁଲ ଓ ରାକେଶ ଥିଲେ ।
ସକାଳୁ ମୃତ ଦେହକୁ ଧରି ଶହେ କିଲୋମିଟର ଦୂରରେ ଯାଜପୁରରେ ଫିଙ୍ଗିଦେଲା ରାକେଶ । ରାକେଶ ତ ଧରାପଡିଲା, କିନ୍ତୁ ତାସହ ପୋଲିସର ଅପାରଗତା ବି ଧରାପଡିଲା । ଝରାଫୁଲ ମାମଲାରେ ପୋଲିସ ପାଖରେ ଅଭିଯୁକ୍ତ ଅଛି, ମୃତ ଝରାଫୁଲର ପୋଷ୍ଟମର୍ଟମ ରିପୋର୍ଟ ଅଛି, ଭିସେରା ରିପୋର୍ଟ ବି ଅଛି, ମୋବାଇଲ ଅଛି, କଲ୍ ରେକର୍ଡ ଅଛି, କିନ୍ତୁ ତଦନ୍ତରେ ବିଳମ୍ୱକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।