ଦିଲ୍ଲୀପ କୁମାର ପଟ୍ଟନାୟକ ଲକ୍ଷ୍ମୀପୁର ବ୍ଲକରେ ଯୋଗଦେବାର କିଛି ଦିନ ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସୂଚିଶ୍ମିତାଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ପରିଦର୍ଶନ କରିବାକୁ ଯାଇଥିଲେ। ଫିଲ୍ଡରୁ ଫେରିବା ପରେ ନିଜ କାର୍ଯ୍ୟ ପ୍ରକୋଷ୍ଠକୁ ଡାକି ବ୍ଲକର ସମସ୍ତ କାର୍ଯ୍ୟ ପ୍ରଣାଳୀ ଏବଂ କର୍ମଚାରୀଙ୍କ ବିଷୟରେ ପଚରା ଉଚରା କରିଥିଲେ । ସ୍ୱତନ୍ତ୍ର ଭାବେ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ 5 ପ୍ରତିଶତ ପିସି ଆଣିବାକୁ କହିଥିଲେ । ଯାହାକୁ ମନା କରିଦେଇଥିଲେ କନିଷ୍ଠ ଯନ୍ତ୍ରୀ । ଏହାକୁ ନେଇ ସେ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ସୁଚିଶ୍ମିତା । ଏନେଇ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ପ୍ରିନ୍ସପାଲ ସେକ୍ରେଟାରୀ, ପଞ୍ଚାୟତିରାଜ DW ବିଭାଗ, କେବିକେ ମୁଖ୍ୟ ପ୍ରଶାସକ, ସ୍ଥାନୀୟ ବିଧାୟକ, ଲକ୍ଷ୍ମୀପୁର ଥାନାକୁ ଲିଖିତ ଆକାରରେ ଜଣାଇଛନ୍ତି ସେ । ତେବେ ସଂପୃକ୍ତ ବିଡ଼ିଓ କିଛି ଦିନ ପୂର୍ବରୁ ବି ଏମିତି ସରପଞ୍ଚମାନଙ୍କଠାରୁ ଦଶହରା ବଟି ଆଦାୟ କରିଥିବା ଅଭିଯୋଗ ହୋଇଛି ।

କୋରାପୁଟ : ଲକ୍ଷ୍ମୀପୁର BDOଙ୍କ ନାଁରେ ସାଘାଂତିକ ଅଭିଯୋଗ । ମହିଳା କନିଷ୍ଠ ଯନ୍ତ୍ରୀ ସୁଚିଶ୍ମିତା ପରିଜାଙ୍କୁ 5 ପ୍ରତିଶତ ପିସି ମାଗୁଛନ୍ତି BDO ଦିଲିପ କୁମାର ପଟ୍ଟନାୟକ । ଲକ୍ଷ୍ମୀପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଅଧିନରେ କାର୍ଯ୍ୟ କରି ଆସୁଥିବା ସୁଚିଶ୍ମିତା ପରିଜା ମାନସିକ ନିର୍ଯାତନାର ଶିକାର ହେଉଥିବା କହିଛନ୍ତି ।

ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
