କଟକ: ମଙ୍ଗୁଳି ଛକ ପାଲଟିଛି ପୂରା ଅସାମାଜିକ ଲୋକଙ୍କ ଆଡ୍ଡା । ଚୋରା କବାଡି ବ୍ୟବସାୟୀ, ବାଲି ମାଫିଆ, ନକଲି କମ୍ପାନୀ ମାନଙ୍କ ପାଇଁ ପାଲଟିଛି ଭୂସ୍ୱର୍ଗ । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଛକ ପାଲଟିଛି ଚୋରା କବାଡି ବ୍ୟବସାୟୀ, ବାଲି ମାଫିଆ, ନକଲି କମ୍ପାନୀ ମାନଙ୍କ ଆଡ୍ଡା । ଏହାସହ ଅଞ୍ଚଳରୁ ନକଲି ଜର୍ଦ୍ଦା, ଖାଇବା ତେଲ, ସିମେଣ୍ଟ, ଟ୍ରେନ ମାଧ୍ୟମରେ ବାଲିଆକୁ ବାଲି ଚାଲଣ ଘଟଣା ନେଇ ଚର୍ଚ୍ଚା ଜୋର ଧରିଥିଲା । ପ୍ରଶାସନିକ ଅଧିକାରୀଙ୍କ ଅବହେଳାର ସୁଯୋଗ ନେଉଥିବା ଅଭିଯୋଗ ହୋଇଛି । ସେପଟେ ଚୌଦ୍ୱାର ଥାନା ଠାରୁ ମାତ୍ର ତିନି କିଲୋମିଟର ଓ ଟାଙ୍ଗୀ ଥାନା ଠାରୁ ପାଞ୍ଚ କିଲୋମିଟର ଦୂର ହୋଇଥିଲେ ମଧ୍ୟ ହେଉନି କୌଣସି କାର୍ଯ୍ୟାନୁଷ୍ଠାନ ।
ଅପରପକ୍ଷରେ ଏହି ଛକରୁ ଚୋରା ଗାଡି, ଚୋରା ପାଇପ, ଚୋରା ମେସିନ କଟାହୋଇ ବାହାରକୁ ସପ୍ଲାଇ କରାଯାଉଛି । ସମଗ୍ର ଅଞ୍ଚଳ ଏକ ପ୍ରକାର ନକଲି କମ୍ପାନୀ ସାମ୍ରାଜ୍ୟରେ ବିସ୍ତାର କରିଛି । ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତି କରି ବଜାରକୁ ଛାଡି ପ୍ରଚୁର ମୁନାଫା କମାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଅନ୍ୟ ପକ୍ଷରେ ବାଲି ମାଫିଆ ମାନେ ବିରୁପା ଓ ମହାନଦୀରୁ ବାଲି ଉଠାଇ ଆନ୍ଧ୍ର, ଛତିଶଗଡ଼, ୟୁପିକୁ ଚାଲାଣ କରାଯାଉଛି । ଏ ନେଇ ପ୍ରଶାସନକୁ ବାରମ୍ୱାର ଅଭିଯୋଗ କରିବା ପରେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ । ଯଦି ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।