ବିଶେଷସୂତ୍ରରୁ ଖବର ପାଇ ସ୍ପେଶାଲ୍ ସ୍କ୍ୱାର୍ଡ ସହିତ ପୋଲିସ୍ ମିଳିତ ଭାବେ ଚଢାଉ କରି ଗଞ୍ଜେଇ ମାଫିଆକୁ ଗିରଫ କରିଛି । ବାବୁ ରୁହନ୍ତି ଆଲୀଶାନ ବଙ୍ଗଳାରେ ହେଲେ ଗଞ୍ଜେଇ ରଖନ୍ତି ଭଙ୍ଗା ଦଦରା ଘର ଭିତରେ ।
କେବଳ ନିଜ ଘରେ ନୁହେଁ ଉଦଳାରେ ମଧ୍ୟ ସେ ଏକ ଘର ନେଇ ସେଠାରେ ରହି ଗଞ୍ଜେଇ କାରବାର କରୁଥିଲେ । ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲେ କପ୍ତିପଦା ଥାନା କୟାଁଖୁଂଟା ଗ୍ରାମର ଶରତ ନାଏକ ।
ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ପୋଲିସ୍ ଗତକାଲି ରାତିରେ ଗଞ୍ଜେଇ ମାଫିଆ ଶରତ ର ବାସଭବନ କୟାଁଖୁଂଟାରେ ଚଢାଉ କରିଥିବା ବେଳେ ସେଠାରୁ ଏକ କୁଇଂଟାଲ ଗଞ୍ଜେଇ ସହିତ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ମଧ୍ୟ ଜବତ କରିଛି ।