କପ୍ତିପଦା ଥାନା ହୁଡିସାହି ଗ୍ରାମର ରବିନ୍ଦ୍ରନାଥ ନାୟକ ତାଙ୍କର ସଢୁ କାର୍ତିକ ନାୟକ ପାଖରୁ ଏକ ବଳଦ ଆଣିଥିଲେ । ବଳଦଟି ଚାଷ କାମରେ ଲଗାଇବା ନିମନ୍ତେ ରବିନ୍ଦ୍ର ଆଣି ନିଜ ଘରେ ରଖିଥିଲେ । ତେବେ କିଛି ଦିନ ଧରି ବଳଦକୁ ଖାଇବାକୁ ନ ଦେଇପାରିବାରୁ ବଳଦଟି ଦୁର୍ବଳ ହୋଇଯାଇଥିଲା । ଯାହାକି କାର୍ତିକଙ୍କୁ ବଳଦ ଫେରାଇବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ବଚସା ଏତେ ଉଗ୍ରରୂପ ନେଲା ଯେ ଗତକାଲି ସ୍ଥାନୀୟ ଅସୁରଖାଲ ହାଟକୁ ରବିନ୍ଦ୍ରନାଥ ଯାଇଥିବା ବେଳେ ସେଠାରେ କାର୍ତିକ ତାଙ୍କୁ ମାଡ ମାରିଥିଲେ । ସେଠାରେ ରବିନ୍ଦ୍ର ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି ହୋଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ରବିନ୍ଦ୍ରଙ୍କ ପରିବାର ଲୋକେ କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ କାର୍ତିକକୁ ଗିରଫ କରିଛି ।