ଭଦ୍ରକ : ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ରହଣିଆ ପଞ୍ଚାୟତ ନୂଆପୋଖରୀ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମହିଳା ଜଣଙ୍କ ଗତକାଲି ସନ୍ଧ୍ୟା ଠାରୁ ନିଖୋଜ ଥିଲେ। ଆଜି ସକାଳୁ ଗାଁ ପାଖ ଏକ ରାସ୍ତା କଡ଼ରେ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ରହଣିଆ ପଞ୍ଚାୟତ ନୂଆପୋଖରୀ ଗାଁର ରାଧା ମହାନ୍ତି ନାମକ ଜଣେ ମହିଳା ଗତକାଲି ସନ୍ଧ୍ୟାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଆଜି ସକାଳୁ ଗାଁ ପାଖ ଏକ ରାସ୍ତା କଡ଼ରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ତଣ୍ଟିକାଟି କେହି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ସେପଟେ ମୃତ ମହିଳାଙ୍କ ସ୍ଵାମୀ କେଉଁଆଡେ ଫେରାର ହୋଇଯାଇଛନ୍ତି। ଫଳରେ ତାଙ୍କର ସ୍ଵାମୀ ନାରଣ ମହାନ୍ତି ଓ ଶାଶୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ। ସେପଟେ ଏହି ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ମହିଳାଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳି ନାହିଁ।