
ବଲାଙ୍ଗିର: ପୁଣି ଶସ୍ତା ହେଲା ଜୀବନ । ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା । କଂଟାବାଞ୍ଜି ପମ୍ପୁ ତଲାବ ପାଖ ରେଳ ଲାଇନରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର । ଯୁବକ ଜଣକ ହେଲେ କଂଟାବାଞ୍ଜି ରାମନଗର ପଡାର ଆନନ୍ଦ ତାଣ୍ଡି । ଜିଆରପି ପୋଲିସ , ଟାଉନ ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି । ହତ୍ୟା କରି ତାଙ୍କୁ ରେଳ ଳାଇନରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆନନ୍ଦ ବିବାହିତ ହୋଇଥିବା ବେଳେ ପୂର୍ବରୁ ତାର ସ୍ତ୍ରୀର ମୃତ୍ୟୁ ହୋଇଥିଲା । ଏହାପରେ ପାଖ ଗାଁର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଝିଅ ଓ ଆନନ୍ଦର ପରିବାର ଲୋକ ପ୍ରେମ ସମ୍ପର୍କ ବିଷୟରେ ଅବଗତ ଥିଲେ । ତେବେ ଘଟଣା ଘଟିବା ଦିନ ଆନନ୍ଦ ଘର ଲୋକଙ୍କୁ ଫୋନ କରି ସେହି ଝିଅ ସହ ଥିବା କହିଥିଲା । ଏହାପରେ ଏହି ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି ।
