Headlines 11am
ମାଲକାନଗିରି: ମାଲକାନଗିରିରେ ଲଜ୍ଜା । ଦୁଷ୍କର୍ମ ପୀଡିତା ନାବାଳିକାର ରହସ୍ୟ ଜନକ ମୃତ୍ୟୁ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରଙ୍ଗମାଟିଗୁଡାର 14 ବର୍ଷର ନାବାଳିକା ସହ ଦୁଷ୍କର୍ମ ହୋଇଥିଲା। mv 53 ଗାଁର ଜୟ ଗାଇନ ନାମକ ଜଣେ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଏହାକୁ ଉକ୍ତ ଗାଁର କିଛି ଯୁବକ ବିରୋଧ କରିଥିଲେ। ତେବେ ଅଭିଯୁକ୍ତ ଯୁବକ ତାହାର 2 ସହଯୋଗୀ ଯୁବକମାନଙ୍କୁ, ଜୀବନରୁ ମାରିଦେବାକୁ ଧମକ ଦେଇ ଥିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ନାବାଳିକାକୁ ଗାଁର ଯୁବକ ମାନେ ଉଦ୍ଧାର କରି ଗାଁକୁ ଆଣିଥିଲେ । ତେବେ ବର୍ତ୍ତମାନ ନାବାଳିକାଙ୍କ ରହସ୍ୟ ଜନକ ଭାବରେ ମୃତ୍ୟୁ ହୋଇଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଚିତ୍ରକୋଣ୍ଡା ଏସଡିପୋଓ ଓ ଓର୍କେଲ ଥାନା ଅଧିକାରୀ ରଙ୍ଗମାଟିଗୁଡାରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ନାବାଳିକାଙ୍କ ମୃତ ଶରୀରକୁ ପୋଷ୍ଟମଟମ ପାଇଁ ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି।