ଖବର ପାଇ ମେଡ଼ିକାଲରେ ଅଯୋଧ୍ୟା ପୋଲିସ ପହଂଚି ଶବ ଜବଦ କରିବା ସହ ତଦନ୍ତ ଜାରି ରଖିଛି। ତେବେ ଯୁବକଙ୍କ ମୃତ୍ୟୁ ଆକସ୍ମିକ ନା ହତ୍ୟା । ତାହା ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।
ସାଙ୍ଗଙ୍କ ସହ ଫେରୁଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଯୁବକ

ବାଲେଶ୍ୱର: ପୁରୀରୁ ଫେରୁଥିବା ବେଳେ ଗଲା ଯୁବକଙ୍କ ପ୍ରାଣ । ନୀଳଗିରି ଥାନା ଅଧିନ ନିମ୍ବପାଳ ଛକରେ ଘଟିଛି ଘଟଣା। 5 ଜଣ ସାଙ୍ଗ ସହ ଗତକାଲି ରାତ୍ରିରେ ଏକ କାର ଯୋଗେ ଫେରୁଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଯୁବକ। ତାଙ୍କୁ ନୀଳଗିରି ମେଡ଼ିକାଲ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଅଂଚଳର ସୁମିତ କୁମାର ପାତ୍ର ।
Download Argus News App
