ହେଲେ ଘର ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ ସଂପୃକ୍ତ ସରପଞ୍ଚ । ଯାହାକୁ ନେଇ ଯୁବତୀଙ୍କ ଜଣଙ୍କ ଗତକାଲି ଥାନାର ଦ୍ୱାରସ୍ତ ହୋଇଛନ୍ତି । ନ୍ୟାୟ କଣ ମିଳିବ ପୋଲିସ ସାମ୍ନାରେ ଓଲଟା ଯୁବତୀଙ୍କ ମାଡ ମାରିଥିଲେ ସରପଞ୍ଚଙ୍କ ସମର୍ଥକ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବାବେଳେ ବିଭିନ୍ନ ମହଲରେ ଘଟଣାକୁ ନିନ୍ଦା କରାଯାଇଛି ।
ସେପଟେ ଟ୍ୱିଟ୍ କରି ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ଏବଂ ଏହା ସଭ୍ୟ ସମାଜରେ କଦାବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଏସିସି ଲିଷ୍ଟ ତାଲିକାକୁ ଆଧାର କରି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ସମୟରେ ବିଜେଡିର ନେତା ମାନେ ରିଲେସନ ରଖିଲେ ସିଲେକ୍ସନ କରିବା କଥା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗ ପକ୍କା ଘର ଦେବା ପାଇଁ ପିସି ନେବା କଥା ସାମ୍ନାକୁ ଆସୁଥିଲା କିନ୍ତୁ ଏବେ ରିଲେସନ ରଖିଲେ ପକ୍କା ଘର ସିଲେକ୍ସନ ହେବା କଥା ସାମ୍ନାକୁ ଆସୁଛି ।
କ'ଣ ଏବେ ବିଜେଡି ଶାସନରେ ରିଲେସନ ରଖିଲେ ପକ୍କା ଘର ସିଲେକ୍ସନ କରିବା ନୂଆ ପିସି କି ? ବିଜୁ ପକ୍କା ଘର ଦେବାର ଆଧାର କ'ଣ ରିଲେସନ ରଖିଲେ ସିଲେକ୍ସନ କି ? ଇଏ କ'ଣ ମାଁକୁ ସମ୍ମାନ ? ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାଏକ । ଏହାସହ ସେ କହିଛନ୍ତି, 3 ବର୍ଷ ତଳେ ଯାଜପୁର ଜିଲ୍ଲା ଦଶରଥପୁର ପଞ୍ଚାୟତରେ ଜିଲ୍ଲା ବିଜେଡି ସଭାପତିଙ୍କ ସମ୍ପର୍କୀୟ ଭାଇ ଜଣେ ମହିଳାଙ୍କୁ ପକ୍କା ଘର ଦେବା ନାଁରେ ଦୁଷ୍କର୍ମ କରିବା କଥା ଏବଂ ଏବେ ବିଜେଡିର ସରପଞ୍ଚଙ୍କ ରିଲେସନ ରଖିଲେ ପକ୍କା ଘରରେ ସିଲେକ୍ସନ କରିବା ଘଟଣା ମାଁକୁ ସମ୍ମାନ ତଥା 20 ବର୍ଷ ଶାସନର ଅସଲି ମୁଖା ଖୋଲି ଦେଇଛି ।