ବହୁମୂଲ୍ୟ ବିରଳ ରକ୍ତ ଚନ୍ଦନ କାଠ ଜବତ

ଗଜପତି: ଗଜପତିରେ ଜଙ୍ଗଲ ବିଭାଗ ଦ୍ଵାରା ବିପୁଳ ପରିମାଣର ବହୁମୂଲ୍ୟ ବିରଳ ରକ୍ତ ଚନ୍ଦନ କାଠ ଜବତ। ଜଙ୍ଗଲ ବିଭାଗ ଓ ପୋଲିସର ମିଳିତ ଚଢାଉ ପରେ ଜବତ ହୋଇଛି 6 କୁଇଣ୍ଟାଲ 60 କିଗ୍ରା ରକ୍ତ ଚନ୍ଦନ କାଠ । ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା । ଗାରାବନ୍ଧ ଥାନା ଅନ୍ତର୍ଗତ ଭିମପୁର ନିକଟ ଏକ ପରିତ୍ୟକ୍ତ ଘରୁ ଏହି କାଠକୁ ଜବତ କରାଯାଇଛି । ଏହି ଘଟଣାରେ କାହାରିକୁ ଗିରଫ କରାଯାଇନି । ଦୀର୍ଘଦିନ ହେଲା ଏଠାରେ କାରବାର ଚାଲିଥିବା ବନବିଭାଗ ସ୍ୱୀକାର କରିବା ସହ ଏହାର ଚେର ବିଦେଶ ଯାଏ ଲମ୍ବିଥିବା କହିଛି ।
Download Argus News App
