ବ୍ରହ୍ମପୁର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ମାରାଥନ ଚଢ଼ାଉ କରାଯାଇଇଛି । ପ୍ରଥମେ ଟାଉନ ଥାନା ପୋଲିସର ବ୍ରହ୍ମପୁର ଅନ୍ତର୍ଗତ ଧର୍ମନଗର ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଟାଉନ ଥାନା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ପ୍ରାୟ ୧୪ ଜଣ ଜୁଆଡି ଗିରଫ ହେବା ସହ ୯ ଲକ୍ଷ ୨୯ ହଜାର ୨୦୦ ଟଙ୍କା ଜବତ ହୋଇଛି। ଏହାପରେ ଘୋଷାଣି ନୂଆଗାଁ ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ସେଠାରୁ ଏକ ଲକ୍ଷ ଏଗାର ହଜାର ଟଙ୍କା ଜବତ ହେବା ସହ ଏକାଧିକ ଜୁଆଡି ଗିରଫ ହୋଇଛନ୍ତି। ମହାମାରୀ କରୋନା ଅନେକଙ୍କ ଜୀବିବା ପ୍ରଭାବିତ କରିଥିବା ବେଳେ ଏତେ ବଡ଼ ଜୁଆ ଆଡ୍ଡା ନିଶ୍ଚିତ ଭାବେ ଲୋକଙ୍କୁ ଚକିତ କରିଛି।