ଝରାଫୁଲ ମୃତ୍ୟୁ ଘଟଣାର ଅଧିକ ଖୋଳତାଡ ପାଇଁ ପୋଲିସ ତାଙ୍କୁ ଭୁବନେଶ୍ୱର ଆଣିଥିଲା। ରାକେଶକୁ ପୋଲିସର ତିନି ଦିନିଆ ରିମାଣ୍ଡରେ ନେଇଥିବା ବେଳେ, ଆଜି ରିମାଣ୍ଡର ଦ୍ୱିତୀୟ ଦିନ। ଆସନ୍ତାକାଲି ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ପୋଲିସ ଘଟଣାର ଅଧିକ ଖୋଳତାଡ କରୁଛି ।
ଗେଷ୍ଟ ହାଉସରେ ଡେମୋ ଦେଖାଇଲେ ରାକେଶ ସ୍ୱାଇଁ

ଭୁବନେଶ୍ଵର: ଗେଷ୍ଟ ହାଉସରେ ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଡେମୋ ଦେଖାଇଛନ୍ତି। ଭୁବନେଶ୍ୱର ଧର୍ମନଗର ସ୍ଥିତ ଗେଷ୍ଟ ହାଉସରେ ସିନ ରିକ୍ରିଏସନ କରି ଯାଜାପୁର ପୋଲିସ ଘଟଣାର ଅଧିକ ତଦନ୍ତ କରିଛି। ଗେଷ୍ଟ ହାଉସରେ ତଦନ୍ତ କରିବା ପରେ ରାକେଶକୁ ଧରି ପୋଲିସ ଯାଜପୁର ଫେରିଛି।
Download Argus News App
