ଜେଲ୍ରେ ବାଇବେଲ.
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପଲ୍ଲାରୁ ବିବାହିତ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଝିଅର ବାପା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ଶ୍ରଦ୍ଧାଞ୍ଜଳି ରାଉତରାୟ (୨୫ବର୍ଷ ) ବୋଲି ଜଣା ପଡିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ହସ୍ପିଟାଲକୁ ପଠାଇଛି।
ସୂଚନାରୁ ଜଣାପଡିଛି ଯେ, ଜନମଙ୍ଗଳ ଗ୍ରାମର ପ୍ରତାପ ରାଉତରାୟଙ୍କ ଝିଅ ଶ୍ରଦ୍ଧାଞ୍ଜଳି ପଲ୍ଲାର ସୁରତ ଧାଉଡିଆସିଂଙ୍କ ପୁଅ ସୁଜିତଙ୍କୁ ଗତ 2020 ଫେବୃୟାରୀ 4ରେ ବୈଦିକ ରୀତିରେ ବିବାହ କରିଥିଲେ।
ପ୍ରତାପଙ୍କ ଅଭିଯୋଗ ଅନୁସାରେ, ରବିବାର ସକାଳ ସମୟରେ ଶ୍ବଶୁରଙ୍କ ଫୋନ ଆସିଥିଲା, ଝିଅ ଆଉ ନାହିଁ। ଖବରପାଇ ପହଞ୍ଚିବା ବେଳେ ଝିଅ ଆତ୍ମହତ୍ୟା କରିଛି ବୋଲି ସୂଚନା ଦେଇଥିଲେ। ଝିଅକୁ ତାର ସ୍ୱାମୀ, ଶ୍ୱଶୁର ଓ ତାର ପରିବାର ମିଶି ହତ୍ୟା କରିଥିବା ଝିଅର ବାପା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।