ବେଗୁନିଆ ଥାନା ସିମାପଲ୍ଲୀ ଗ୍ରାମର ଶୋଭା ପାତ୍ର, ଯାଜପୁର କୁରିକଣା ଗ୍ରାମର ସୁକାନ୍ତ ରାଉତଙ୍କୁ ଜାନୁଆରୀ ୨୪ତାରିଖ ୨୦୨୧ରେ ପ୍ରେମ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ, ସ୍ତ୍ରୀ ଦୁହେଁ ଖୋର୍ଦ୍ଧାରେ ଭଡାଘରେ ରହୁଥିଲେ। ଗତକାଲି ରାତିରେ ସୁକାନ୍ତ ଶୋଭାକୁ ପିଟିପିଟି ମାରି ଦେଇଥିବା ଝିଅର ବାପା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ପରେ ଟାଉନ ଥାନା ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ସ୍ୱାମୀ ସୁକାନ୍ତକୁ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।