ସହାୟତା ଅପେକ୍ଷାରେ ଅକ୍ଷୟ ...
ବରଗଡ: ନିଖୋଜର ଦୁଇ ଦିନ ପରେ ନାବାଳିକାର ମୃତଦେହ ଉଦ୍ଧାର । ବରଗଡ ଜିଲ୍ଲା ପାଇକମାଳ ଥାନା ଜଗେନ୍ଦ୍ରନାଥପୁର ଗାଁର ରାଜେନ୍ଦ୍ର ପାଣ୍ଡେଙ୍କ 9 ବର୍ଷର ଝିଅ ଗତ 2 ତାରିଖରୁ ନିଖୋଜ ଥିଲା । ପାଇକମାଳ ପୋଲିସକୁ ଖବର ଦେବା ପରେ ତନାଘନା ଆରମ୍ଭ ହୋଇଥିଲା । ଗତକାଲି ଗାଁର ଏକ ସ୍ଥାନରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି ।
ପରେ ସମ୍ବଲପୁର DIG, ବରଗଡ SP, ଅତିରିକ୍ତ SP, ସାଇଣ୍ଟିଫିକ ଦଳ ଓ ଅନୁସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ । ନାବାଳିକାକୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅନ୍ୟପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଜଣେ ଯୁବକ ଏଭଳି କାଣ୍ଡ କରିଥାଇପାରେ ବୋଲି ମୃତ ନାବାଳିକାଙ୍କ ବାପା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।