ଘଟଣା ସମ୍ପର୍କରେ ଖବର ପାଇଁ କାକଟପୁର ପୋଲିସ ପହଞ୍ଚି ସବକୁ ଜବତ କରି ତହନ୍ତ ଚଳାଇଛନ୍ତି। ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ପରେ ସବ ବ୍ୟବଛେଦ ହେବ ବୋଲି କାକଟପୁର ପୋଲିସ କହିଛି । ବଡ ଭାଇ ଦୁର୍ଯ୍ୟଧନଙ୍କ ସହ ପରିବାର ଲୋକେ ଫେରାର ରହିଛନ୍ତି ।
ପୁରୀ : ପୁରୀ ଅସ୍ତରଙ୍ଗ ବ୍ଳକ ନଇଗୁଆଁ ଗାଁରେ ଅମାନୁଷିକ ବିଭତ୍ସ ହତ୍ୟାକାଣ୍ଡ । ସାନଭାଇକୁ ଗୋଡାଇ ଗୋଡାଇ କଟୁରୀରେ ହତ୍ୟା କଲେ ବଡ଼ ଭାଇଙ୍କ ପରିବାର । ମୃତକ ଜଣଙ୍କ ହେଉଛନ୍ତି ସୁଚିଆ ପ୍ରଧାନ । କଟୁରୀ ଚୋଟରେ ଆହତ ହୋଇ ସୂଚିଆ ପ୍ରଧାନ ଗାଁ ଲୋକଙ୍କୁ ପାଣି ମାଗିଥିଲେ କିନ୍ତୁ ବଡ଼ ଭାଇଙ୍କ ଭୟରେ ଗାଁ ଲୋକେ ପାଣି ମଧ୍ୟ ଦେଇନଥିଲେ । ଫଳରେ ଘଟଣା ସ୍ଥାନରେ ସୁଚିଆଙ୍କ ମୃତ୍ୟୁ ହୋଇଥିଲା ।
ଘଟଣା ସମ୍ପର୍କରେ ଖବର ପାଇଁ କାକଟପୁର ପୋଲିସ ପହଞ୍ଚି ସବକୁ ଜବତ କରି ତହନ୍ତ ଚଳାଇଛନ୍ତି। ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ପରେ ସବ ବ୍ୟବଛେଦ ହେବ ବୋଲି କାକଟପୁର ପୋଲିସ କହିଛି । ବଡ ଭାଇ ଦୁର୍ଯ୍ୟଧନଙ୍କ ସହ ପରିବାର ଲୋକେ ଫେରାର ରହିଛନ୍ତି ।
ଅର୍ଗସ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଅଭିଯୋଗ । କହିଲେ ପୁଅ ଜନ୍ମ ହୋଇଛି ଦେଲେ ଝିଅ । ଆଜି ସକାଳୁ ପ୍ରାଣକୃଷ୍ଣ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ସମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ହସ୍ପିଟାଲର ନର୍ସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ କିଛି ସମୟରେ ପରେ କନ୍ୟା ସନ୍ତାନ ଆଣି ଦେଇଥିଲେ । ପ୍ରାଣ କୃଷ୍ଣ ନିଜ ପୁତ୍ର ସନ୍ତାନ କୁଆଡେ ଗଲା ପଚାରି ଥିଲେ । କିନ୍ତୁ ଭୁଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିବା କୁହାଯାଇଥିଲା ବୋଲି କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ପ୍ରାଣକୃଷ୍ଣ ।
ଅସ୍ତ୍ରୋପଚାର ସମୟର ଥିବା ସମସ୍ତ ଡ଼ାକ୍ତର, ଅନ୍ୟ ଷ୍ଟାଫକୁ ତଦନ୍ତ ପରିସରଭୁକ୍ତ କରିବା ସହ ସିସିଟିଭିକୁ ଯାଞ୍ଚ କରାଯାଉ ଓ ଡିଏନଏ ଟେଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି । ତେବେ ଅଭିଯୋଗ ପରେ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ
।
ଅର୍ଗସ ବ୍ୟୁରୋ: ବଲିଉଡର ଭେଟେରାନ ଅଭିନେତ୍ରୀ ଓ୍ବାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଓ୍ବାହିଦା ସେ ସମୟରେ ଜଣେ ଲିଡିଂ ଅଭିନେତ୍ରୀ ଥିଲେ। ଫିଲ୍ମ ପ୍ୟାସା, କାଗଜ କେ ଫୁଲ, ଚୌଦବୀ କା ଚାନ୍ଦ ଏବଂ ଗାଇଡ ଭଳି ଫିଲ୍ମରେ ଲିଡ ରୋଲରେ କାମ କରିଥିଲେ।
I feel an immense sense of happiness and honour in announcing that Waheeda Rehman ji is being bestowed with the prestigious Dadasaheb Phalke Lifetime Achievement Award this year for her stellar contribution to Indian Cinema.
Waheeda ji has been critically acclaimed for her… — Anurag Thakur (@ianuragthakur) September 26, 2023
ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି ଏବଂ ନିଜ ଖୁସି ଜାହିର କରିଛନ୍ତି। ଅନୁରାଗ ଲେଖିଛନ୍ତି ଚଳିତବର୍ଷ ଦାଦା ସାହେବ ଫାଲକେ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯିବ କାରଣ ଓ୍ବାହିଦାଜୀଙ୍କର ବଲିଉଡ ତଥା ହିନ୍ଦୀ ସିନେମା ପ୍ରତି ଥିଲା ଅନନ୍ୟ ଯୋଗଦାନ। ମୁଁ ଏହି ପୁରସ୍କାରର ଘୋଷଣା କରିଥିବାରୁ ଅତ୍ୟନ୍ତ ଖୁସି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର