ସିଲୁ ନାୟକଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଛନ୍ତି ....
ଝାରସୁଗୁଡ଼ା: ଗତକାଲି ରେଳଧାରଣରୁ ଅଜଣା ଯୁବତୀର ମୃତଦେହ ଉଦ୍ଧାର କରିଥିଲା ଜିଆରପି ପୋଲିସ । ଆଜି ମିଳିଛି ଯୁବତୀର ପରିଚୟ । ମୃତ ଯୁବତୀ ଜଣକ ହେଲେ ବ୍ରଜରାଜନଗର ଲମଟିବାହାଲ ଅଞ୍ଚଳର ମୋନିକା ଯୋଶୀ । ଝାରସୁଗୁଡ଼ା ଜିଲ୍ଲା ଇବ ଷ୍ଟେସନ ନିକଟରେ ଗତକାଲି ଜଣେ ଅଜଣା ଯୁବତୀଙ୍କ ଶବ ରେଳ ଧାରଣା କଡ଼ରୁ ଝାରସୁଗୁଡା ରେଳବାଇ ପୋଲିସ ଦ୍ଵାରା ଉଦ୍ଧାର କରାଯାଇଥିଲା।
ମୃତକ ଜଣକ ବ୍ରଜରାଜନଗର କଲେଜର ଛାତ୍ରୀ ଏବଂ ସେ ଗତକାଲି 12 ଟା ପାଖାପାଖି କମ୍ପ୍ୟୁଟର କ୍ଳାସ ପାଇଁ ଘରୁ ବାହାରିଥିଲେ। କିନ୍ତୁ ଘରକୁ ଆଉ ଫେରିନଥିଲେ । ଏନେଇ ମୃତକଙ୍କ ପରିବାର ବ୍ରଜରାଜନଗର ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ । ଏହି ଘଟଣାରେ ଯୁବତୀ ଜଣକର ହତ୍ୟା ସନ୍ଦେହ କରୁଛନ୍ତି ମୃତକଙ୍କର ପରିବାର ଓ ସଂପର୍କୀୟ ।