ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ସାନଦେଉଳି ନିକଟରେ ସଡକ ଦୁର୍ଘଟଣା
ନୟାଗଡ଼ : ନୟାଗଡ଼ ଶରଣକୂଳ ସସ୍ମିତା ହତ୍ୟାକାଣ୍ଡ ଘଟଣାରେ ନୂଆ ଖୁଲାସା । ସ୍ତ୍ରୀକୁ ହତ୍ୟା ପାଇଁ ସ୍ୱାମୀ ଦେଇଥିଲା ସୁପାରୀ । ପ୍ରେମିକାର ପ୍ରେମ ଜାଲରେ ଫସି ସ୍ତ୍ରୀ ସସ୍ମିତାକୁ ଦେଢ଼ ଲକ୍ଷଟଙ୍କାର ସୁପାରୀ ଦେଇ ହତ୍ୟାକରିଥିଲା ସ୍ୱାମୀ l ହତ୍ୟାକାଣ୍ଡ ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତ ସସ୍ମିତାଙ୍କ ସ୍ୱାମୀ ଅଖୟ ଓ ତାଙ୍କ ପ୍ରେମିକା ରୀନାରାଣୀ 4 ଜଣ ସୁପାରୀ କିଲରଙ୍କ ସହାୟତାରେ ମୃତ ଶବକୁ ରଶି ଲଗାଇ ଘରେ ଝୁଲାଇଦେଇଥିଲେ ।
ତେବେ ଏ ଘଟଣାରେ ଶରଣକୂଳ ପୋଲିସ ସସ୍ମିତାଙ୍କ ସ୍ୱାମୀ ଅଖୟ ଓ ତାଙ୍କ ପ୍ରେମିକା ରୀନାରାଣୀଙ୍କୁ ପୂର୍ବରୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ଆଜି 4 ସୁପାରୀ କିଲରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଶରଣକୂଳ ପୋଲିସ l ହତ୍ୟାକାଣ୍ଡର ସିନ ରିକ୍ରିଏସନ ପାଇଁ ଆଜି ପୋଲିସ ଅଭିଯୁକ୍ତ ସ୍ୱାମୀ ଓ 4 ସୁପାରୀକିଲରଙ୍କୁ ନେଇ ଘଟଣା ସ୍ଥଳରେ ଡେମୋ ଦେଖାଇବ ବୋଲି ସୂଚନା ମିଳିଛି l