ରାଜ୍ୟବ୍ୟାପୀ ବଢ଼ୁଛି ଅନ୍ନଦାତାଙ୍କ ଅସନ୍ତୋଷ...
ନୟାଗଡ଼ : ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା । ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଚାର୍ଜସିଟ ଦାଖଲ କଲା ଏସଆଇଟି । ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର କରି ପୂର୍ବରୁ ହାଇକୋର୍ଟ ଏସଆଇଟିକୁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦେଇଥିଲେ ।
ଏନେଇ ଗତକାଲି ଏସଆଇଟି ପକ୍ଷରୁ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ପରୀ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି । SIT ମୁଖ୍ୟ ଦେଇଥିବା ପ୍ରମାଣ ମଧ୍ୟରେ କୌଣସି ତାଳମେଳ ରହୁନି । ଅଭିଯୁକ୍ତ ନାବାଳକଙ୍କୁ ନେଇ ଅରୁଣ ବୋଥ୍ରା ଗପ ଶୁଣାଇଥିବା ମଧ୍ୟ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।