ROK THOK: ପୋଷା ଶୁଆଙ୍କ ଘୋଷା କଥା
କନ୍ଧମାଳ: କନ୍ଧମାଳ ପୋଲିସର ଦାଦାଗିରି ଅଭିଯୋଗ । ପୋଲିସ ରାତି ଅଧରେ ଘରେ ପଶି ମାନସୀକ ଓ ଶାରିରୀକ ଭିନ୍ନକ୍ଷମଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବିରୁଦ୍ଧରେ । ଏନେଇ କନ୍ଧମାଳ ଏସପିଙ୍କ ନିକଟରେ ତୁମୁଡିବନ୍ଧ ଥାନା ଜଲେଶପଟ୍ଟା ନିକଟ ବେନାରବାହାଲ ଗ୍ରାମର ପରମା ନନ୍ଦ ବେହେରାଦଳାଇ ଏବଂ ବାଲିଗୁଡ଼ା ପଣସପୋଡିର କୃଷ୍ନପ୍ରିୟା ବେହେରା ଦଳାଇ ।
ଗତ ୨୪ ତାରିଖ ରାତି ୧୨ଟାରେ ଦାରିଙ୍ଗବାଡି ଥାନାର ପୋଲିସ ସାଧା ପୋଷାକରେ ପରମାନନ୍ଦଙ୍କ ଘରକୁ ଆସି ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ବିଜେପିର ବରିଷ୍ଠ ନେତା କମଳକ୍ଷ କାନ୍ତ ପାଣ୍ଡେ ଏବଂ ଭଗବାନ ମହାନ୍ତି ନିରପେକ୍ଷ ତଦନ୍ତ କରି ଦୋଷୀ ପୋଲିସ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।