ଏହି ଘଟଣାକୁ କେନ୍ଦ୍ର କରି ମଙ୍ଗଳପୁର ଥାନା ସାମ୍ନାରେ କାଲି ରାତିଠାରୁ ଧାରଣା ହେଇଛନ୍ତି ବେହେରା ସାହିର ବାସିନ୍ଦା ମାନେ l ପ୍ରସାଦ ସେବନକୁ ନେଇ ଏହିଭଳି ଅଘଟଣ ଦେଖିବାକୁ ମିଳିଥିଲା l ଗତକାଲି ସନ୍ଧ୍ୟାରୁ ଏଯାଏଁ ଥାନା ଆଗାରେ ବସିଥିବା ମହିଳା ମାନଙ୍କ କଥା ମଙ୍ଗଲପୁର ଥାନା ସେମାନଙ୍କ ଦାବିକୁ ବୁଝିନାହାନ୍ତି । ଏହା ସହ ଅଭିଯୁକ୍ତକୁ ଗିରଫ ନକରି ଓଲଟା ପୋଲିସ ତାଙ୍କୁ ସୁରକ୍ଷା ଦେଉଥିବାର ଅଭିଯୋଗ ଆଣିଛନ୍ତି ଧାରଣାରେ ବସିଥିବା ମହିଳା ।
ଗାଁ ଦାଣ୍ଡରେ ଭୁଜାଲି ଧରି ମହିଳାଙ୍କୁ ଆକ୍ରମଣ, ୧୮ ଘଣ୍ଟା ଥାନା ଘେରାଉ

ଯାଜପୁର: କଟୁରୀରେ ମହିଳାଙ୍କୁ ଆକ୍ରମଣ ଅଭିଯୋଗ । ୧୮ ଘଣ୍ଟା ଥାନା ଘେରାଉ । ଯାଜପୁର ମଙ୍ଗଳପୁର ଥାନା ପାଲଟପୁର ପଞ୍ଚାୟତ ବେହେରା ସାହିରେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ l ଗାଁ ଦାଣ୍ଡରେ ଭୁଜାଲି ଧରି ମହିଳାଙ୍କୁ ହାଣିବାକୁ ଗୋଡ଼ାଇଲେ ମଲ୍ଲିକ ସାହିର ହେମନ୍ତ ମଲ୍ଲିକ । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
Download Argus News App
