ସକାଳ 4ଟା 30 ସମୟରେ ବାପାର ଫାର୍ସା ଚୋଟରେ ସ୍ତ୍ରୀ ମିନାକ୍ଷୀ ରାଉତ, ୨୦ ବର୍ଷିୟା ବିବାହିତା ଝିଅ ଅଞ୍ଜଳୀ ରାଉତ ଓ ୧୩ ବର୍ଷ ବୟସର ନାବାଳିକା ଝିଅ ମୋନାଲିସା ରାଉତ ଗୁରୁତର ହୋଇଛନ୍ତି।
ସ୍ତ୍ରୀ ମିନାକ୍ଷୀଙ୍କୁ ଢେଙ୍କାନାଳ ପରେ କଟକ ସ୍ଥାନାନ୍ତର କରାଯାଇଛି। ବଡଝିଅ ଅଞ୍ଜଳୀ ରାଉତ ଓ ନାବାଳିକା ଝିଅ ମୋନାଲିସା ରାଉତ ଏବେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଆକ୍ରମଣ ପରେ ଅଭିଯୁକ୍ତ ବାପା ପ୍ରାଣବନ୍ଧୁ ରାଉତଙ୍କୁ ଗ୍ରାମବାସୀ କାବୁକରି ଘରେ ବନ୍ଦି କରିଛି । କାମାକ୍ଷାନଗର ପୋଲିସ ଖବରପାଇ ତଦନ୍ତ ଆରମ୍ଭ କରିଛି।