ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ....
କଟକ : କଟକ ଜିଲ୍ଲା ମାହାଙ୍ଗା ଭେଡା ଗାଁ କେନାଲରୁ ଉଦ୍ଧାର ମୃତ ମହିଳାଙ୍କ ମିଳିଲା ପରିଚୟ । ମୃତକ ଭେଡା ଗାଁର 6 ନଂ ୱାର୍ଡର ଅନୁପମା ମହାପାତ୍ର । ବୟସ ପାଖାପାଖି 45 ବର୍ଷ । ମୃତ ମହିଳାଙ୍କ ଶରୀର ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ।
ଦୁଷ୍କର୍ମ ପରେ ଅନୁପମାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଗତକାଲି ରାତିରେ ଶୌଚ ପାଇଁ ବାହାରକୁ ବାହାରିଥିବାବେଳେ କେହି ଦୁର୍ବୃତ୍ତ ଝିୁଅକୁ ଉଠାଇ ନେଇଥିବା ସେ କହିଛନ୍ତି । ମୃତ ମହିଳାଙ୍କ ଗୋଟିଏ ପୁଅ ଅଛି । ଯିଏକି ବାଙ୍ଗାଲୋରରେ ରହୁଛି । ତେବେ ମୃତକଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ମାହାଙ୍ଗା ପୋଲିସ ଘଟଣାର ତଦନ୍ତ କରୁଛି ।